ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆଗାମୀ ଫେବ୍ରୁଆରୀ ୮ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ ଏବଂ ୧୧ ତାରିଖରେ ଫଳାଫଳ ଘୋଷଣା ହେବ । ନିର୍ବାଚନ କମିଶନ୍‌ ଏ ନେଇ ଆଜି ଘୋଷଣା କରିଛନ୍ତି । ୭୦ ସଦସ୍ୟ ଥିବା ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବ୍ରୁଆରୀ ୨୨ ତାରିଖରେ ଶେଷ ହେବ । ଗତ ୨୦୧୫ ନିର୍ବଚନରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୭୦ରୁ ୬୭ ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.