ଜମୁଛି ଦିଲ୍ଲୀ ନିର୍ବାଚନୀ ପ୍ରଚାର, ଆଉ ମଝିରେ ୨ ଦିନ

କେନ୍ଯୁଜ୍: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମଝିରେ ୨ ଦିନ ବାକି । ସରଗରମ ହୋଇଛି ପ୍ରଚାର । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ପକ୍ଷର ବରିଷ୍ଠ ନେତା ମାନେ ମାରାଥନ ପ୍ରଚାର କରୁଛନ୍ତି । ଦେଶର ବୀର ଯବାନଙ୍କୁ ଅପମାନ କରିଥିବା ନେତାଙ୍କୁ ପାନେ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଅପିଲ କରିଛନ୍ତି । ସେହିପରି ଦିଲ୍ଲୀ ଲଢେଇ ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆବଶ୍ୟକ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେପେଟ ଦିନ ୧ଟା ମଧ୍ୟରେ ବିଜେପି ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଦାବି କରିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ । ଏପଟେ ପ୍ରଚାର ମଇଦାନରେ ଦମ ଲଗାଇଛି କଂଗ୍ରେସ । ମୋଦି ସରକାର ଅମଳରେ ଦେଷରେ ଧର୍ଷଣ, ଗୁଣ୍ଡାରାଜ ଓ ହତ୍ୟାକାଣ୍ଡ ବଢୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେହିପରି ମୋଦିଙ୍କ ଶାସନରେ ଦେଶର ୩ କୋଟି ୫୦ ଲକ୍ଷ ଲୋକ ଚାକିରି ହରାଇଥିବା ପ୍ରିୟଙ୍କା ଗାନ୍ଧି ଅଭିଯୋଗ କରଛନ୍ତି । ଆସନ୍ତାକାଲି ସଂଧ୍ୟାରେ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର ସରିବ । ଶନିବାର ହେବ ଭୋଟଗ୍ରହଣ । ଏଥର ନିର୍ବାଚନରେ କିଏ କାହାକୁ ମାତ୍‌ ଦେବ ଓ ଦିଲ୍ଲୀ ସିଂହାସନରେ କିଏ ବସିବ ୧୧ରେ ଫଳାଫଳରୁ ଜଣାପଡ଼ିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.