ବୀଭତ୍ସ ହତ୍ୟାକାଣ୍ଡର ସଂପୂର୍ଣ୍ଣ ଚିତ୍ର : ପରକୀୟା ପ୍ରୀତିରୁ ଗଲା ଜୀବନ

ନୂଆଦିଲ୍ଲୀ : ପୋଲିସ ହାତରେ ଲାଗିଛି ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ହତ୍ୟା ଘଟଣାର ନୂଆ ତଥ୍ୟ । କେମିତି ଓ କାହିଁକି ଶୈଳଜାଙ୍କୁ ହତ୍ୟା କରିଥିଲେ ମେଜର ନିଖିଲ ରାୟ ହଣ୍ଡା । ପୋଲିସ ଏଥି ସମ୍ବନ୍ଧିୟ ତଥ୍ୟ ହାସଲ କରୁଛି । ଗିରଫ ନିଖିଲ ହଣ୍ଡାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟର କାର୍ୟ୍ୟ ପ୍ରକ୍ରିୟା ମଧ୍ୟରେ ନିଖିଲଙ୍କ ଚେହେରାରେ କୌଣସି ପଶ୍ଚାତାପ ଦେଖିବାକୁ ମିଳିନଥିଲା ଏଣୁ ଏବେ ହଣ୍ଡାଙ୍କୁ ୪ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଆଜି ତାଙ୍କୁ ମିରଟ ନିଆଯାଇପାରେ ।

ସାଙ୍ଗର ପତ୍ନୀଙ୍କୁ ବାହା ହୋଇ ନପାରିବାରୁ ଜୀବନରୁ ମାରିଦେଲା। ଏପରି ଏକ ଲୋମ ଟାଙ୍କୁର ଘଟଣା ଘଟିଛି ପଶ୍ଚିମ ଦିଲ୍ଲୀରେ। ଅଭିଯୁକ୍ତ ହେଉଛନ୍ତି ସେନାର ମେଜର ନିଖିଲ ରାୟ ହଣ୍ଡା । ନିଖିଲ ତାଙ୍କ ସାଙ୍ଗ ମେଜର ଅମିତ୍ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କୁ ପ୍ରେମ କରୁଥିଲେ । ଦୁଇ ଜଣଙ୍କ ମଧ୍ୟରେ ଥିଲା ଅନୈତିକ ସଂପର୍କ । ନିଖିଲ, ଶୈଳଜାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ତେବେ ମେଜର ଦ୍ୱିବେଦୀଙ୍କ ଦିଲ୍ଲୀକୁ ବଦଳି ହୋଇଯିବାରୁ ସେ ପତ୍ନୀଙ୍କୁ ନେଇ ପଳାଇ ଆସିଥିଲେ । ଏହା ପରେ ଶୈଳଜା, ନିଖିଲଙ୍କ ସହ ସଂପର୍କ ଶେଷ କରିବାକୁ ଚାହୁଁଥିଲେ । ଏଥିରେ ରାଗିଯାଇଥିଲେ ମେଜର ହଣ୍ଡା । ଆଉ ଶୈଳଜାଙ୍କୁ ଶେଷ କରିବାକୁ ପ୍ରସ୍ତୁତ କରିଥିଲେ ମାଷ୍ଟର ପ୍ଲାନ । ଦିଲ୍ଲୀରେ ପହଞ୍ଚି ନିଜ ପ୍ଲାନକୁ ସଫଳ କରିବାକୁ ଛଳନାରେ ବୁଲିବା ପାଇଁ ଶୈଳଜାଙ୍କୁ ଡାକିଥିଲେ । ନିଜ ଗାଡ଼ିରେ ତାଙ୍କୁ ନେଇଯାଇଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ରାସ୍ତାରେ ଶୈଳଜାଙ୍କ ଗଳାକାଟି ରାସ୍ତାରେ ଫିଙ୍ଗି ତାଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ ଅଭିଯୁକ୍ତ ।

ପୋଲିସ ନିଖିଲଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । ପୋଲିସ ହାତରେ ଲାଗିଛି ଏବେ ନୂଆ ତଥ୍ୟ । ଶୈଳଜାଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ କରିଥିଲେ ଉଦ୍ୟମ । ମିରଟକୁ ଫେରାର ହେଉଥିବା ସମୟରେ ନିଜ କାରରୁ ରକ୍ତର ଛିଟାକୁ ପୂରା ସଫା କରିଥିଲେ । ଆଉ ଶୈଳଜାଙ୍କ ମୋବାଇଲ ଫୋନକୁ ଭାଙ୍ଗି ଡଷ୍ଟବିନ୍ରେ ପକାଇ ଦେଇଥିଲେ । ପୋଲିସ ଭଙ୍ଗା ମୋବାଇଲ୍ ଫୋନକୁ ଜବତ କରିଛି ।

ପୋଲିସର କହିବା ଅନୁସାରେ ନିଖିଲ ହଣ୍ଡାର ଆଉ ଜଣେ ଗର୍ଲଫ୍ରେଣ୍ଡ ରହିଛି । ପୋଲିସର କହିବା ଅନୁସାରେ ଶୈଳଜାଙ୍କୁ ହତ୍ୟା ପରେ ପ୍ରଥମେ ସେହି ଗର୍ଲଫ୍ରେଣ୍ଡକୁ ଫୋନ୍ କରିଥିଲା ନିଖିଲ । ପୋଲିସ ମୃତ ଶୈଳଜା ଓ ମେଜର ହଣ୍ଡାଙ୍କ ଫୋନ୍ ରେକର୍ଡ ମଧ୍ୟ ଯାଞ୍ଚ କରିଛି।ଗତ ୬ ମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ସଢେ ୩ ହଜାରରୁ ଅଧିକ ଥର ଫୋନ୍ ହୋଇଥିବା ଜଣାପଡ଼ିଛି । କେବଳ ଏତିକି ନୁହଁ, ଦିନକୁ ୧୨ରୁ ୧୫ ଥର ଉଭୟ ମେସେଜ୍ରେ ଚାଟିଂ କରୁଥିଲେ । ମିସେସ୍ ଇଣ୍ଡିଆ ଆର୍ଥର ଫାଇନାଲିଷ୍ଟ ଶୈଳଜା ଓ ମେଜର ହଣ୍ଡାଙ୍କ ମଧ୍ୟରେ ତିନି ବର୍ଷ ହେବ ପ୍ରେମ ସଂପର୍କ ରହିଥିଲା । ଗିରଫ ନିଖିଲ ହଣ୍ଡାଙ୍କୁ ଗିରଫ ପରେ ପଟିଆଲା ହାଉସ କୋର୍ଟରେ ହାଜର କରାଇଛି ପୋଲିସ । ହଣ୍ଡାଙ୍କୁ ୪ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଏହି ଘଟଣାରେ ଅଧିକ ପ୍ରମାଣ ହାସଲ ପାଇଁ ମେଜର ହଣ୍ଡାଙ୍କୁ ପଚରାଉଚରା କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.