ସ୍ପାଇସଜେଟ୍ ବିରୋଧରେ DGCAର କାର୍ଯ୍ୟାନୁଷ୍ଠାନ: ୮ ସପ୍ତାହ ପାଇଁ ୫୦% ଉଡାଣ ଉପରେ ରୋକ

ନୂଆଦିଲ୍ଲୀ : ସ୍ପାଇସ୍‌ଜେଟ୍‌ ଉପରେ DGCAର କାର୍ଯ୍ୟାନୁଷ୍ଠାନ। ସ୍ପାଇସ୍‌ଜେଟ୍‌ର ୫୦% ବିମାନ ଉଡ଼ାଣ ଉପରେ ରୋକ୍‌ । ୮ ସପ୍ତାହ ପାଇଁ ଉଡ଼ାଣ ଉପରେ ରୋକ୍‌ ଲଗାଇଲା DGCA । ସ୍ପାଇସ୍‌ଜେଟ୍‌ ବିମାନରେ ବାରମ୍ବାର ବୈଷୟିକ ତ୍ରୁଟି ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ। ୧୮ ଦିନ ମଧ୍ୟରେ ସ୍ପାଇସ୍‌ଜେଟରେ ୮ ଥର ଯାନ୍ତ୍ରିକ ତ୍ରୁଟି ଘଟଣା ପରେ ଜୁଲାଇ ୫ ତାରିଖରେ ଡିଜିସିଏ ନୋଟିସ ଜାରି କରିଥିଲା। ୩ ସପ୍ତାହ ଭିତରେ ଜବାବ ଦେବାକୁ କୁହାଯାଇଥିଲା।

ଗତ ୨୫ ତାରିଖରେ ସ୍ପାଇସଜେଟ୍‌ ଜବାବ ରଖିବା ପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିିଜିସିଏ। କୁହାଯାଇଛି, ୧ ଏପ୍ରିଲରୁ ଜୁଲାଇ ୫ ତାରିଖ ମଧ୍ୟରେ ଅନେକ ଥର ସ୍ପାଇସ ଜେଟ୍‌ ବିମାନ ସୁରକ୍ଷାଗତ କାରଣରୁ ଲକ୍ଷ୍ୟସ୍ଥଳରେ ପହଞ୍ଚି ନ ପାରି ଫେରିଛି। ବିମାନଗୁଡିକର ଠିକ୍‌ରେ ରକ୍ଷଣାବେକ୍ଷଣା ହେଉନଥିବା ଜଣା ପଡିଛି। ଅନୁଧ୍ୟାନ ପରେ ଜଣା ପଡିଛି, ସ୍ପାଇସଜେଟ୍‌ ସୁରକ୍ଷିତ ଓ ଭରସାଯୋଗ୍ୟ ବିମାନ ସେବା ଦେବାରେ ବିଫଳ ହୋଇଛି।

 

Leave A Reply

Your email address will not be published.