ସ୍ୱପ୍ନର ତାଜମହଲ ବୁଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମିଲେନିଆ ଟ୍ରମ୍ପ, ସୌନ୍ଦର୍ଯ୍ୟ ଓ କଳାକୃତି ଦେଖି ହେଲେ ବିମୋହିତ

ତାଜମହଲରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ମିଲେନିଆ ଟ୍ରମ୍ପ । ବୁଲି ଦେଖିଲେ ପ୍ରେମର ପ୍ରତୀକ । ଏହାର ଅପରୂପ ସୌନ୍ଦର୍ଯ୍ୟ ଓ କଳାକୃତି ଦେଖି ବିମୋହିତ ହୋଇଛନ୍ତି । ସ୍ୱପ୍ନର ତାଜମହଲ ସାମନାରେ ଫଟୋ ଉଠାଇଥିଲେ ଟ୍ରମ୍ପ ଦମ୍ପତି । ଏପରିକି ନିଜ ମୋବାଇଲ୍‌ ଫୋନରେ ସ୍ୱାମୀଙ୍କ ସହ ଫଟୋ ଉଠାଇଥିଲେ ଇଭାଙ୍କା । ଭିଜିଟର ବୁକରେ ଦସ୍ତଖତ କରି ଆମେରିକା ରାଷ୍ଟ୍ରପତି ଲେଖିଛନ୍ତି, ତାମହଲ ଆମକୁ ପ୍ରେରଣା ଦେଇଥାଏ । ଏହା ଭାରତର ସମୃଦ୍ଧ ସଂସ୍କୃତି, ସୌନ୍ଦର୍ଯ୍ୟ ଓ ବିଭିଦତାର ସ୍ମାରକୀ । ଥ୍ୟାଙ୍କ ୟୁ ଇଣ୍ଡିଆ । ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ବି ବୁଲି ଦେଖିଥିଲେ ତାଜମହଲ । ସେମାନେ ବି ଫଟୋ ଉଠାଇଥିଲେ । ସ୍ୱାମୀଙ୍କ ସହ ସ୍ମୃତି ଆଇନାରେ ତାଜମହଲର ସ୍ମରଣୀୟ ମୂହୂର୍ତ୍ତକୁ କଏଦ କରିଥିଲେ ଇଭାଙ୍କା ।

donald trump in tajmahal1`

ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସାରି ପତ୍ନୀ, ଝିଅ ଓ ଜ୍ୱାଇଁଙ୍କ ସହ ପହଞ୍ଚିଥିଲେ ଆଗ୍ରାରେ । ଆଗ୍ରା ବିମାନବନ୍ଦରରେ ସେମାନଙ୍କୁ ସ୍ୱାଗତ କରିଥିଲେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ୍‌, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଆମେରିକା ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା । ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ଓ କଳାକୃତି ଦେଖି ସେମାନେ ବିମୋହିତ ହୋଇଥିଲେ । ପ୍ରେମର ପ୍ରତୀକ ତାଜମହଲ ଆଗରେ ଫଟୋ ଉଠାଇଥିଲେ ଡୋନାଲ୍ଟ ଟ୍ରମ୍ପ ଓ ମିଲେନିଆ । ଭିଜିଟର ବୁକରେ ଦସ୍ତଖତ କରି ଟ୍ରମ୍ପ ଲେଖିଛନ୍ତି, ତାମହଲ ଆମକୁ ପ୍ରେରଣା ଦେଇଥାଏ । ଏହା ଭାରତର ସମୃଦ୍ଧ ସଂସ୍କୃତି, ସୌନ୍ଦର୍ଯ୍ୟ ଓ ବିଭିଦତାର ସ୍ମାରକୀ । ଥ୍ୟାଙ୍କ ୟୁ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.