ଡିଆରଡିଓ ର ସଫଳତା : ପୁଣେରେ ହେଲା ମାନବ ବିହୀନ ଡଙ୍ଗାର ପରୀକ୍ଷଣ, ଶତ୍ରୁ ଉପରେ ରଖିବ ଦୃଷ୍ଟି

ନୂଆଦିଲ୍ଲୀ : ଡିଆରଡିଓକୁ ମିଳିଛି ଆଉ ଏକ ସଫଳତା । ମାନବ ବିହୀନ ଡଙ୍ଗା ତିଆରି କରି ଦେଶର ସୁରକ୍ଷା ଦିଗରେ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ଡିଆରଡିଓ । ଏହାକୁ ସ୍ଥଳ ଭାଗରୁ କଣ୍ଟ୍ରୋଲ କରିହେବ । ଯାହାକି ବିନା ମାନବରେ ଶତ୍ରୁ ପକ୍ଷର ଗତି ବିଧି ଉପରେ ନଜର ରଖିପାରିବ ବୋଲ କହିଛନ୍ତି ଡିଆରଡିଓ ଗ୍ରୁପ ନିର୍ଦ୍ଦେଶକ ପି ଏମ ନାଏକ ।

ଡଙ୍ଗାରେ ଅସ୍ତ୍ରଶସ୍ତ୍ର ମଧ୍ୟ ଲଗାଯାଇ ପାରିବ :

ଏହି ଡଙ୍ଗାର ପରୀକ୍ଷଣ ବେଳେ ଏଥିରେ କେହି ବି ଉପସ୍ଥିତ ନଥିଲେ । ଡଙ୍ଗା ଶତ୍ରୁ ପକ୍ଷ ଉପରେ ନଜର ରଖିବା ସହ ଆକ୍ରମଣ ମଧ୍ୟ କରିପାରିବ । କୌଣସି ବିପଦକାଳୀନ ସ୍ଥିତିରେ ଡଙ୍ଗାରେ ଅସ୍ତ୍ରଶସ୍ତ୍ର ମଧ୍ୟ ଲଗାଯାଇ ପାରିବ । ଏହି ଡଙ୍ଗାରେ ଲଗାଯାଇଥିବା ଅସ୍ତ୍ରକୁ ମଧ୍ୟ ଦୂରରେ ବସି କଣ୍ଟ୍ରୋଲ କରାଯାଇ ପାରିବ । ଏହି ଡଙ୍ଗାକୁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡଙ୍କ ପାଇଁ ଖୁବ ଶୀଘ୍ର ବ୍ୟବହାର କରାଯିବ । କିଛି ଡଙ୍ଗାରେ ବ୍ୟାଟେରୀ ବ୍ୟବହାର କରାଯାଇଥିବା ବେଳେ କିଛି ଡଙ୍ଗାରେ ପେଟ୍ରୋଲ ଚାଳିତ ଇଂଜିନର ବ୍ୟବହାର କରାଯାଇଛି ।

ଡଙ୍ଗା ତିଆରିରେ ଖାସ କୌଶଳର ବ୍ୟବହାର :

ଏହି ଡଙ୍ଗା ଲଗାତାର ୨୪ ଘଣ୍ଟା ପାଣିରେ ରହି ପେଟ୍ରୋଲିଂ କରିପାରିବ । ଶତ୍ରୁଙ୍କ ଠାରୁ ଏହାକୁ ବଂଚାଇବା ପାଇଁ ଖାସ କୌଶଳ ବ୍ୟବହାର କରାଯାଇଛି । ଯଦି ଡଙ୍ଗା ଶତ୍ରୁଙ୍କ କବ୍‌ଜାରେ ଆସିଯାଏ,ତେବେ ଏଥିରେ ଲଗାଯାଇଥିବା କଣ୍ଟ୍ରୋଲ ବୋର୍ଡ ଆପେ ଆପେ ବିସ୍ଫୋରଣ ହୋଇଯିବ । ଫଳରେ କୌଣସି ଗୋପନୀୟ ଡାଟା ବା ସୂଚନା ଶତ୍ରୁଙ୍କ ହାତରେ ଲାଗିବ ନାହିଁ । ଏଥିରେ ଲଗାଯାଇଥିବା ରାଡାର ସିଷ୍ଟମ ଦ୍ୱାରା ସ୍ଥଳ ଭାଗରୁ ଏହା ଉପରେ ଲକ୍ଷ୍ୟ କରାଯିବା ସହ କଣ୍ଟ୍ରୋଲ ମଧ୍ୟ କରାଯାଇ ପାରିବ । ଶତ୍ରୁଙ୍କୁ ଉପରେ ନଜର ରଖିବାରେ ଏହା ବହୁତ ଫଳପ୍ରଦ ହେବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.