ଯେତେ ଖୋଳିଲେ ସେତେ ବାହାରୁଛି; ପୁଣି ଅର୍ପିତାଙ୍କ ଘରୁ ଜବତ ହେଲା ୨୯ କୋଟି ଟଙ୍କା

ନୂଆଦିଲ୍ଲୀ : ଦୁର୍ନୀତି ପେଡ଼ିରୁ ସରୁନି ଟଙ୍କା । ଅର୍ପିତାଙ୍କ ଘରେ ଟଙ୍କାର ପାହାଡ଼ । ୨୧ କୋଟି ପରେ ଆଉ ୨୮ କୋଟି ବାହାରିଲା। ମେସିନ୍‌ ଆଉ ବ୍ୟାଙ୍କ୍‌ବାଲା ଟଙ୍କା ଗଣିଗଣି ନୟାନ୍ତ । ମମତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରେ ରେଡ୍‌ କରିଥିଲା ଇଡି। ରେଡ୍‌ ବେଳେ ଗୋଟିଏ ଥାକରୁ ପୁଳାପୁଳା ଟଙ୍କା ବାହାରିଥିଲା। ବ୍ୟାଙ୍କରୁ ମେସିନ୍‌ ଆସିଥିଲା ଟଙ୍କା ଗଣିବା ପାଇଁ । କୋଟି କୋଟି ଟଙ୍କା ଗଣିଲା ମେସିନ୍‌ । ଆଉ ଗୋଟିଏ କୋଠରୀରୁ ୫ କେଜିର ସୁନା ଜବତ ହୋଇଛି । ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଜବତ କରିଛି ଇଡି । ପୂର୍ବରୁ ୨୧ କୋଟି ବାହାରିଥିଲା। ଗତ ଶୁକ୍ରବାର ଅର୍ପିତାଙ୍କ ଘରୁ ୨୧ କୋଟି ଜବତ କରିଥିଲା ତଦନ୍ତକାରୀ ଟିମ୍‌ । ରେଡ୍‌ ବେଳେ ଅର୍ପିତାଙ୍କ ଘରୁ ଯେଉଁ ଡାଏରୀ ଜବତ ହୋଇଥିଲା ସେଥିରୁ ଇଡି ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ଡାଏରିରୁ ମିଳିଥିବା ସୂଚନା ଆଧାରରେ ଅଧିକ ଛାନ୍‌ଭିନ୍‌ କରୁଛି ଇଡି ।

ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଅର୍ପିତା ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗ ହୋଇଥିବାରୁ ଶୁକ୍ରବାର ଇଡି ତାଙ୍କ ଘରେ ରେଡ କରିଥିଲା। ଏହି ସମୟରେ ସେଠାରୁ ୨୧ କୋଟି ଟଙ୍କା ମିଳିଥିଲା। ଏହାପରେ ପ୍ରଥମେ ମନ୍ତ୍ରୀ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଇଡି ରିମାଣ୍ଡରେ ନେଇ ଜେରା କରୁଥିବା ବେଳେ ଏବେ ଅର୍ପିତାଙ୍କ ଆଉ ଗୋଟିଏ ଘରୁ ବିପୁଳ ପରିମାଣର ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡି ଠାବ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.