ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ EDର ଚଢାଉ, ମୁମ୍ବାଇ ବାସଭବନରେ ଚାଲିଛି ପଚରାଉଚରା

ମୁମ୍ବାଇ: ସଞ୍ଜୟ ରାଉତଙ୍କ ଘରେ ED। ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ EDର ଚଢାଉ। ମୁମ୍ବାଇ ବାସଭବନରେ ସଞ୍ଜୟ ରାଉତଙ୍କୁ ପଚରାଉଚରା ଚାଲିଛି। ୧୦୩୪ କୋଟି ଟଙ୍କାର ପାତ୍ରା ଚାଲ୍‌ ଜମି ଦୁର୍ନୀତିରେ ରାଉତଙ୍କ ନାଁ ଆସିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତାଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ନିଆଯାଇପାରେ। ପୂର୍ବରୁ ଜୁଲାଇ ପହିଲାରେ ସଞ୍ଜୟଙ୍କ ଘରେ ରେଡ୍‌ କରିଥିଲା ଇଡି। ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ୨ ଥର ସମନ କରାଯାଇଥିଲା। ପୂର୍ବରୁ ଇଡି ଏହି ମାମଲାରେ ସଞ୍ଜୟ ରାଉତଙ୍କ ଦାଦର ଏବଂ ଆଲିବାଗରେ ଥିବା ୯କୋଟି ଟଙ୍କା ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି।

Leave A Reply

Your email address will not be published.