“ନ୍ୟାସନାଲ ହେରାଲଡ଼” ଅଫିସକୁ ସିଲ କଲା ଇଡ଼ି, ବିନା ଅନୁମତିରେ ଖୋଲା ଯାଇପାରିବ ନାହିଁ ଅଫିସ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଅର୍ଥାତ ଆଜି କଂଗ୍ରେସ ପରିଚାଳିତ ଦିଲ୍ଲୀ ସ୍ଥିତ “ନ୍ୟାସନାଲ ହେରାଲଡ଼” ଅଫିସକୁ ସିଲ କରିଦେଇଛନ୍ତି । ଆଉ ମଧ୍ୟ ସୂଚନା ଦିଆଯାଇଛିକି ଇଡିର ଅନୁମତି ବିନା ଅଫିସକୁ ଖୋଲା ଯାଇପାରିବ ନାହିଁ । ଏକ ବଡ ଧରଣର ଟଙ୍କା ହେରଫେର ଘଟଣାକୁ ନେଇ ଇଡି ପକ୍ଷରୁ ନ୍ୟାସନାଲ ହେରାଲଡ଼ ଅଫିସ ଉପରେ ଚଢ଼ାଉ କରାଯିବା ପରେ ଶେଷରେ ଅଫିସକୁ ସିଲ କରିଦିଆ ଯାଇଥିବା ଜଣାଯାଇଛି । ସୂଚନା ଥାଉକି ସପ୍ତାହେ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଜେରା କରାଯିବା ପରେ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ବହାଦୁରସାହ ସ୍ଥିତ ଅଫିସ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏନେଇ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇ ଥିଲା ।

ଦଳର କର୍ମକର୍ତ୍ତା ମାନଙ୍କ ଗଣ୍ଡଗୋଳିଆ ପରିସ୍ଥିତିରୁ ବର୍ତ୍ତିବା ପାଇଁ 24 ଆକବର ରୋଡ ସ୍ଥିତ କଂଗ୍ରେସ ହେଡ଼ କ୍ୱାର୍ଟର୍ସ ଚାରିପାଖରେ ବାଡ ବୁଲାଇ ଦିଆଯାଇଛି । ଏହା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ 10 ଜନପଥ ସ୍ଥିତ ବାସ ଭବନରେ ପୋଲିସ ମୁତୟନ କରାଯାଇଛି ।

ଇଡିର ଏପରି କାର୍ଯ୍ୟକଳାପ ବିରୋଧରେ ପ୍ରଶ୍ନ ଉଠାଇ କଂଗ୍ରେସ ଲିଡ଼ର ସଲ୍ମାନ ଖୁର୍ସିଦ କହିଛନ୍ତିକି ଆଇନଗତ ଭାବରେ ଉତ୍ତର ଦିଆଯିବ । ଏହା ପଛରେ ଯାହାବି କାରଣ ଥିବ ତାହା ନିଶ୍ଚିତ ରୂପେ ବାହାରି ଆସିବ । ଯଦି ଜଣଙ୍କ ବିରୋଧରେ କେବେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେବେ ତାଙ୍କୁ ପୂର୍ବରୁ ସୂଚନା ଦେବା ଉଚିତ ବୋଲି ଖୁର୍ସିଦ କହିଛନ୍ତି । କଂଗ୍ରେସ ଅଫିସ ସମ୍ମୁଖରେ ମଧ୍ୟ ଶହ ଶହ ଲୋକ ଧାରଣାରେ ବସିଥିବା ନେଇ ନଜର ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.