ପୁଣି ଫେରିଛି ନ୍ୟାସନାଲ୍‌ ହେରାଲ୍‌ଡ ଚର୍ଚ୍ଚା: କଂଗ୍ରେସ ଅଧ୍ୟକ୍ଷା ସାନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଇଡିର ସମନ୍‌

କେନ୍ୟୁଜ୍(ବ୍ୟୁରୋ):  ସୋନିଆ, ରାହୁଲଙ୍କୁ ଜେରା କରିବ ଇଡି। ନେସନାଲ ହେରାଲ୍‌ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‌ । ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ରେ ହାଜର ହେବାକୁ କୁହାଯାଇଛି। ଜୁନ୍‌ ୨ରେ ବା ଆସନ୍ତାକାଲି ରାହୁଲଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଛି। ତେବେ ରାହୁଲ ବିଦେଶରେ ଥିବାରୁ ଜୁନ୍‌ ୫ରେ ହାଜର ହେବାକୁ ସମୟ ମାଗିଛନ୍ତି। ନିକଟରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖାଡ୍‌ଗେ ଓ ପବନ୍‌ ବଂଶଲଙ୍କୁ ପଚରାଉଚରା କରିଥିଲା ଇଡି। ସୋନିଆ ଓ ରାହୁଲଙ୍କୁ ଇଡି ନୋଟିସ୍‌ ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଏହାକୁ ପ୍ରତିଶୋଧମୂଳକ ରାଜନୀତି ବୋଲି କହିଛି ଦଳ। କଂଗ୍ରେସ ମୁଖପାତ୍ର ସୂର୍ଯେଓ୍ଵାଲା କହିଛନ୍ତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅବମାନନା କରୁଛି ବିଜେପି। ସେତେବେଳେ ନେସନାଲ ହେରାଲ୍‌କୁ ବ୍ରିଟିଶ ଦମନ କରିଥିଲା। ବିଜେପି, କହିଛି କୌଣସି ଅପରାଧୀ କେବେ ନିଜକୁ ଅପରାଧୀ ବୋଲି କୁହେ ନାହିଁ।

୨୦୧୫ରେ ନେସନାଲ ହେରାଲ୍‌ଡ ମାମଲାକୁ ବନ୍ଦ କରାଯାଇଥିଲା। ପରେ ପୁଣି ରିଓପନ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ନେସନାଲ ହେରାଲ୍‌ଡ ୧୯୩୮ରେ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ୟଙ୍ଗ ଇଣ୍ଡିଆନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମାଲିକାନାରେ ଆସୋସିଏଟେଡ୍‌ ଜର୍ଣ୍ଣଲ୍‌ସ ଲିମିଟେଡ୍‌ ଦ୍ୱାରା ପ୍ରକାଶ ପାଉଥିଲା ନେସନାଲ ହେରାଲ୍‌ଡ। ସ୍ୱାଧୀନତା ପରେ ଏହା କଂଗ୍ରେସର ମୁଖପତ୍ର ପାଲଟିଥିଲା। ୯୦ କୋଟି ଟଙ୍କାର ଋଣଭାର ପରେ ୨୦୦୮ରେ ବନ୍ଦ ହୋଇଯାଇଥିଲେ ଖବର କାଗଜ। ୨୦୧୩ରେ ନେସନାଲ ହେରାଲ୍‌ଡ୍‌ ଉପରେ ମାମଲା ରୁଜୁ କରିଥିଲେ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ । ୯୦ କୋଟି ଟଙ୍କା ହେରଫେର କରିବାକୁ ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରିଥିଲେ ସୁବ୍ରମଣ୍ୟମ ସ୍ୱାମୀ। ରାହୁଲ ଓ ସୋନିଆଙ୍କ ନାଁରେ ମାମଲା ଦାଖଲ କରିଥିଲେ । ଦିଲ୍ଲୀ କୋର୍ଟରେ ଏପର୍ଯ୍ୟନ୍ତ ଏହି ମାମଲା ପଡ଼ି ରହିଛି ।

Leave A Reply

Your email address will not be published.