ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ। ଅପରାହ୍‌ଣ ସାଢେ ୩ଟାରେ ତାରିଖ ଘୋଷଣା କରିବେ ଦିଲ୍ଲୀ ମୁଖ୍ୟନିର୍ବାଚନ ଅଧିକାରୀ। ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ଘୋଷଣା ହେବ। ନିର୍ବାଚନ ଫେବୃଆରି ୧୫ ତାରିଖ ପୂର୍ବରୁ ଶେଷ ହେବା ସମ୍ଭାବନା ରହିଥି। ଦିଲ୍ଲୀର ସମସ୍ତ ସ୍କୁଲ ଓ କଲେଜ ପରୀକ୍ଷା ଫେବୃଆରି ୧୫ ତାରିଖରୁ ଆରମ୍ଭ ହେଉଛି। ଦିଲ୍ଲୀରେ ଭୋଟର ପରିଚୟ ସଂଶୋଧନ କାର୍ଯ୍ୟ ୨୦୧୯ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖରେ ଶେଷ ହୋଇଥିବା ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସଂଶୋଧନ ତାଲିକାରେ ଏକ କୋଟି ୪୭ଲକ୍ଷରୁ ଅଧିକ ମତଦାତା ଯୋଡ଼ି ହୋଇଛନ୍ତି। ଦିଲ୍ଲୀରେ କ୍ଷମତା ବଜାୟ ରଖିବାକୁ ଆମ ଆଦମୀ ପାର୍ଟି ଜୋରଦାର ଉଦ୍ୟମ ଚଳାଇଛି। ସେହିପରି ଗତ ୨୧ବର୍ଷ ଧରି ଦିଲ୍ଲୀ କ୍ଷମତାରୁ ଦୂରରେ ଥିବା ବିଜେପି ଗାଦି ହାତେଇବାକୁ ଆପ୍ରାଣ ଚେଷ୍ଟା କରିବ। କଂଗ୍ରେସ ମଧ୍ୟ ସ୍ଥିତି ଜାହିର କରିବାକୁ ରଣନୀତି ପ୍ରସ୍ତୁତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.