କଂଗ୍ରେସର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ସେପ୍ଟେମ୍ବର ୨୦ ସୁଦ୍ଧା ଦଳକୁ ମିଳିବ ନୂଆ ଅଧ୍ୟକ୍ଷ

କଂଗ୍ରେସ ଦଳ (AICC)ର ନୂତନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ରବିବାର ଆରମ୍ଭ ହୋଇଛି। ଦଳର ନିର୍ବାଚନ କର୍ତ୍ତୃପକ୍ଷ କହିଛନ୍ତି ଯେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ନୂଆ ପ୍ରମୁଖ ଚୟନ କରିବାର କାର୍ଯ୍ୟକ୍ରମ ରହିବ। ନିର୍ବାଚନ କର୍ତ୍ତୃପକ୍ଷ AICC ପ୍ରତିନିଧିମାନଙ୍କ ଚୟନକୁ ଅନ୍ତିମ ରୂପ ଦେବା ପ୍ରକ୍ରିୟାରେ ଅଛନ୍ତି। ଏହି ପ୍ରତିନିଧିମାନେ ଦଳର ସର୍ବୋଚ୍ଚ ପଦ ପାଇଁ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ମତଦାନ କରିବେ।

ସେ କହିଛନ୍ତି, କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ନିର୍ବାଚନର ଶେଷ ତାରିଖକୁ ଅନୁମୋଦନ କରିବ। ସୋନିଆ ଗାନ୍ଧୀ ଏବଂ ଦଳର କହିବା ହେଲା, ସେପ୍ଟେମ୍ବର ୨୦ ସୁଦ୍ଧା କଂଗ୍ରେସକୁ ଏହାର ନୂତନ ଅଧ୍ୟକ୍ଷ ମିଳିଯିବ।

କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଶେଷ ତାରିଖକୁ ମଞ୍ଜୁରୀ ଦେବା କଂଗ୍ରେସ କାର୍ଯ୍ୟକାରୀ କମିଟି ଉପରେ ନିର୍ଭର କରୁଛି। ଏହି ତାରିଖ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ କୌଣସି ବି ଦିନ ହୋଇପାରେ।

Leave A Reply

Your email address will not be published.