ଦୁଇ ଦିନ ପର୍ଯ୍ୟନ୍ତ ଅନ୍ଧାର ରହିପାରେ ଆପଣଙ୍କ ଘର, ବିଦ୍ୟୁତ କର୍ମଚାରୀ ଦେଲେ ହଡତାଳ ଘୋଷଣା

କେନ୍ଦ୍ର ସରକାରଙ୍କ ବ୍ୟକ୍ତିଗତ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସାରା ଦେଶର ବିଦ୍ୟୁତ କର୍ମଚାରୀ ହଡତାଳ ପାଇଁ ଘୋଷଣା କରିଛନ୍ତି। ଅନେକ ସଂଖ୍ୟାରେ ବିଦ୍ୟୁକ କର୍ମଚାରୀ ଆସନ୍ତା ୨୮ ଏବଂ ୨୯ ମାର୍ଚ୍ଚରେ ହଡତାଳ କରିବେ। ନ୍ୟାସନାଲ କୋଅର୍ଡିନେସନ କମିଟି ଅଫ୍‌ ଇଲେକଟ୍ରିସିଟୀ ଆମ୍ପାଲାଇଜ୍‌ ଆଣ୍ଡ ଇଞ୍ଜିନିୟର୍ସ (NCCOEEE) ବୁଧବାର ଦିନ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ସାରା ଦେଶର ଶ୍ରମ ସଂଗଠନର ଆହ୍ଵାନରେ ସମସ୍ତ ରାଜ୍ୟର ବିଜୁଳି କର୍ମଚାରୀ ମଧ୍ୟ ଏହି ୨ ଦିନ ଦେଶବ୍ୟାପୀ ହଡତାଳରେ ଭାଗ ନେବେ। ଅଲ୍‌ ଇଣ୍ଡିଆ ପାଓ୍ଵାର ଇଞ୍ଜିନିୟର୍ସ ଫେଡେରେସନର ସଭାପତି ଶୈଳେନ୍ଦ୍ର ଦୁବେ କହିଛନ୍ତି ଯେ ସମସ୍ତ ରାଜ୍ୟର ବିଦ୍ୟୁତ୍‌ କର୍ମଚାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ବ୍ୟକ୍ତିଗତ ନୀତି ବିରୁଦ୍ଧରେ ହଡତାଳରେ ସାମିଲ ହେବେ। ସେ ଏହା ମଧ୍ୟ କହିଛନ୍ତି ଯେ ବିଦ୍ୟୁତ କର୍ମଚାରୀ ଏବଂ ଇଞ୍ଜିନିୟର୍ସଙ୍କ ମୁଖ୍ୟ ଦାବି କରିଛନ୍ତି ଯେ ବିଜୁଳି ସଂଶୋଧନ ବିଧେୟକ ୨୦୨୧କୁ ଫେରେଇ ନିଆଯାଉ, ସବୁପ୍ରକାର ବ୍ୟକ୍ତିଗତ ପ୍ରକ୍ରୀୟା ବନ୍ଦ କରାଯାଉ।

ଏହାସହିତ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଖାସକରି ମୁନାଫା ହେଉଥିବା ଚଣ୍ଡିଗଡ, ଦାଦରାନଗର ହାବେଳୀ, ଦାମନ ଦିଉ ତଥା ପୁଡୁଚେରରୀରେ ବ୍ୟକ୍ତିଗତ ନିଷ୍ପତ୍ତି ରଦ୍ଦ କରାଯାଉ ଏବଂ ବିଜୁଳି ବୋର୍ଡର ବିଘଟନ ପରେ ନିଯୁକ୍ତ କରାଯାଇଥିବା ସମସ୍ତ ବିଜୁଳି କର୍ମଚାରୀଙ୍କୁ ପୁରୁଣା ପେନସନ୍‌ ଯୋଜନା ଅନ୍ତର୍ଗତରେ ନିଆଯାଉ। ଏହାସହିତ ଆହୁରି ଅନେକ ପ୍ରକାର ଦାବି ନେଇ ବିଦ୍ୟୁତ କର୍ମଚାରୀ ମାନେ ଦେଶ ବ୍ୟାପୀ ହଡତାଳ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.