ପାରିବାରିକ ବିବାଦରୁ ଜଘନ୍ୟ ହତ୍ୟାକାଣ୍ଡ: ଗୁଳି କରି ୧୧ ଜଣଙ୍କ ଜୀବନ ନେଲେ ଯୁବକ

ନୂଆଦିଲ୍ଲୀ : ସର୍ବିଆର ମୋଣ୍ଟେଗ୍ରୋ ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି। ୟୁରୋପର ମୋନଣ୍ଟେନଗ୍ରୋରେ ପାରିବାରିକ ବିବାଦକୁ ନେଇ ଚିନ୍ତିତ ଥିବା ଜଣେ ବ୍ୟକ୍ତ ଆଖି ବନ୍ଦ କରି ଗୁଳିମାଡ଼ କରିଛି । ଏହି ଗୁଳିମାଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନେକ ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଭିଯୁକ୍ତ ଶିଶୁମାନଙ୍କୁ ମଧ୍ୟ ଛାଡ଼ିନାହିଁ । ଏହି ଗୁଳିମାଡ଼ରେ ୬ ଜଣ ଲୋକ ଆହତ ହୋଇଛନ୍ତି, ଯେଉଁଥିରେ କି ୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା କୁହାଯାଉଛି । ତେବେ ବାଟରେ ଗୁରୁତର ଦୁଇଜଣ ଆଖି ବୁଜିଥିବା ସେ ସେଠାକାର ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

ଏହି କରୁଣ ଦୃଶ୍ୟ ଦେଖିବା ପରେ ବନ୍ଧୁକଧାରୀଙ୍କୁ ବି ସେଠାକାର ଜଣେ ସାଧାରଣ ନାଗରିକ ହତ୍ୟା କରିଛନ୍ତି। ବନ୍ଧୁକଧାରୀ ତାଙ୍କ ପଡୋଶୀ ସହ ଗଣ୍ଡଗୋଳ କରିଥିଲେ। ତେବେ ଗଣ୍ଡଗୋଳ ଏତେ ଉଗ୍ର ହୋଇଥିଲା ଯେ ସେ ଗୁଳି ଚଳାଇଥିଲେ। ଏହା କ’ଣ ପାରିବାରିକ ବିବାଦ ଥିଲା, କେଉଁ କାରଣରୁ ବ୍ୟକ୍ତି ଜଣକ ଏହି ଭଳି ଭାବେ ଗୁଳିମାଡ଼ କରିଥିଲା । ପୁଲିସ ଏହାକୁ ନେଇ ଘଟଣାର ତଦନ୍ତ ରକୁଛି । ଘଟଣାର ତଦନ୍ତ ଶେଷ ହେଲେ ପୁଲିସ ବିସ୍ତୃତ ତଥ୍ୟ ସେୟାର କରିବ ବୋଲି ଜଣାପଡ଼ିଛି ।

ଯେଉଁ ସ୍ଥାନରେ ଏହି ଗୁଳିମାଡ଼ ହୋଇଛି ରାଜଧାନୀ ପଡଗୋରିକ ଠାରୁ ୩୬ କିମି ଦୂର । ଏବେ ଏହି ଘଟଣା ପରେ ପୁଲିସ ସଂପୃକ୍ତ ଅଂଚଳକୁ ଘେରି ତଦନ୍ତ ଆରମ୍ଭ କରିଦେଇଛି । କାର୍ଯ୍ୟାନୁଷ୍ଠାନ ସମୟରେ ପୁଲିସର ଗୁଳିରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀ ଦ୍ରିତାନ ଆବାଜୋଭିକ ଘଟଣାରେ ଦୁଃଖ ପ୍ରକାଶ କରି ୩ ଦିନ ଶୋକ ପାଳିବାକୁ କହିଛନ୍ତି। ସେହିପରି ରାଷ୍ଟ୍ରପତି ମିଲୋ ଜୁକାନୋଭିକ ଟୁଇଟ କରି ଶୋକ ବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.