୨୮ କୋଟି EPFO ଖାତାଧାରକଙ୍କ ଡାଟା ଲିକ୍‌! ଆପଣଙ୍କ ତଥ୍ୟ ବି ନାହିଁ ତ ଏଥିରେ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫ୍‌ଓକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପାଖାପାଖି ୨୮ କୋଟି ପିଏଫ୍‌ ଖାତାଧାରକଙ୍କ ଡାଟା ଅନ୍‌ଲାଇନ୍‌ ଲିକ୍‌ ହୋଇଯାଇଛି। ଏଥିରେ ଆଧାର ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ଯାଏଁ ସବୁ ତଥ୍ୟ ରହିଛି।

ୟୁକ୍ରେନ୍‌ର ସାଇବର ସିକ୍ୟୁରିଟି ରିସର୍ଚ୍ଚର ବବ୍‌ ଡାୟାଚେନ୍‌କୋ କହିଛନ୍ତି, ଗତ ଅଗଷ୍ଟ ୨ ତାରିଖରେ ସେ ଜାଣିବାକୁ ପାଇଥିଲେ ଯେ ଭିନ୍ନ ଭିନ୍ନ ଆଇପି ଆଡ୍ରେସ୍‌ରେ ପିଏଫ୍‌ ଖାତା ଧାରକଙ୍କ ଡାଟା ଲିକ୍‌ ହୋଇଛି। ଏଥିରୁ ଏକ ଆଇପି ଆଡ୍ରେସ୍‌ରେ ୨୮,୦୪,୭୨,୯୪୧ ଖାତା ଧାରକଙ୍କ ରେକର୍ଡକୁ ସାର୍ବଜନୀନ କରାଯାଇଥିବା ବେଳେ ଆଉ ଏକ ଆଇପି ଆଡ୍ରେସ୍‌ରେ ୮୩,୯୦,୫୨୪ ଖାତା ଧାରକଙ୍କ ରେକର୍ଡ ଲିକ୍‌ ହୋଇଛି।


ଲିକ୍‌ ହୋଇଥିବା ଡାଟା ମଧ୍ୟରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN), ନାଁ, ଆଧାର ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ନୋମିନି ଡିଟେଲ୍ସ ମଧ୍ୟ ସେୟାର କରାଯାଇଛି। ଏଥିରୁ ଗୋଟିଏ ଆଇପି ଆଡ୍ରେସ୍‌ ଭାରତର ବୋଲି ଜଣାଯାଇଛି।

ତେବେ ଏ ନେଇ ଜଣାପଡ଼ିବା ପରେ ଅଧିକ ତଦନ୍ତ କରାଯାଇଥିଲା। କିନ୍ତୁ ସେତେବେଳକୁ ଉଭୟ ଆଇପି ଆଡ୍ରେସ୍‌ରୁ ସମସ୍ତ ଡାଟାକୁ ହଟାଇ ଦିଆଯାଇଥିଲା। ଏବେ ସେଥିରେ କୌଣସି ତଥ୍ୟ ଉପଲବ୍ଧ ନଥିବା ଜଣାଯାଇଛି।

Also Read: ଛିଃ ଏତେ ନୃଶଂସ! ସ୍ତ୍ରୀ ଆଉ ଝିଅକୁ ହାଣିବା ପରେ କଟା ମୁଣ୍ଡ ଧରି ଶ୍ୱଶ୍ୱର ଘରେ ପହଞ୍ଚିଲା ଜ୍ୱାଇଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.