କୀର୍ତ୍ତନର ଧୂନରେ ମଜାରେ ନାଚୁଥିବା ନଜର ଆସିଲେ ଭାରତ ପେ’ ପ୍ରତିଷ୍ଠାତା ଅଶନୀର ଗ୍ରୋଭର, ଭାଇରାଲ ହେବା ପରେ କହିଲେ- ‘ଧନ୍ଦାରେ ମଜା ଆସେ’

ଭାରତ ପେ’ର ସହ ପ୍ରତିଷ୍ଠାତା ଅଶନୀର ଗ୍ରୋଭର ଏବେ ଏମିତି ଏକ ନାଁ, ଯାହାକୁ ଦୁନିଆର କୋଣ ଅନୁକୋଣରେ ସମସ୍ତେଚିହ୍ନିଛନ୍ତି। ଟିଭି ଶୋ’ ସାର୍କ ଟ୍ୟାଙ୍କ ଇଣ୍ଡିଆରେ ଅଶନୀର ଗ୍ରୋଭର ସବୁଠୁ ଲୋକପ୍ରିୟ ଜଜ୍‌ ଭାବେ ଜଣାଶୁଣା। ତାଙ୍କ କମେଣ୍ଟର ଅନେକ ଗୁଡ଼ିଏ ମିମ୍‌ସ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଶୋ’ରୁ ବାହାରିବା ପରେ ମଧ୍ୟ ଅଶନୀର ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଅଶନୀରଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ଇସ୍କନ୍‌ ମନ୍ଦିରରେ ଝୁମି ଝୁମି ନାଚୁଥିବା ଦେଖାଯାଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ କେବଳ ୟୁଜର ନୁହେଁ, ନିଜେ ଅଶନୀର ଗ୍ରୋଭର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ ମଜାଦାର କମେଣ୍ଟ ଦେଇଛନ୍ତି।

ଭିଡିଓରେ ଅଶନୀରଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ଧଳା ଓ ହଳଦିଆ ଚେକ୍‌ ଡ୍ରେସ୍‌ ପିନ୍ଧି ମସ୍ତ ଅନ୍ଦାଜରେ ନାଚୁଥିବା ଦେଖାଯାଇଛି। ସୋସିଆଲ ମିଡିଆ ୟୁଜର୍ସ ଏହି ବ୍ୟକ୍ତିଙ୍କୁ ଅଶନୀର କହିବା ସହ ସେ ଇସ୍କନ୍‌ ମନ୍ଦିରରେ ଡ୍ୟାନ୍ସ କରୁଥିବା କହିଛନ୍ତି। ନିଜେ ଅଶନୀର ଗ୍ରୋଭର ମଧ୍ୟ ଭିଡିଓ ଦେଖି ନିଜକୁ ରୋକି ପାରିନାହାନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି- ‘ଭାଇ ଏତେ ମଜାରେ କୀର୍ତ୍ତନ କରୁଛନ୍ତି ଯେତେ ମଜା ମୋତେ ଧନ୍ଦାରେ ଆସେ, ସୁପର ଫନ୍‌…’।

ଭାରତ ପେ’ର ମୁଖ୍ୟଙ୍କର ଏହି କମେଣ୍ଟରେ ମାତ୍ର କିଛି ସମୟ ମଧ୍ୟରେ ହଜାରେରୁ ଅଧିକ ଲୋକ ଲାଇକ୍‌ ଓ କମେଣ୍ଟ କରିସାରିଲେଣି।

ପ୍ରକାଶ ଯେ ଟିଭି ରିଆଲିଟି ଶୋ’ ସାର୍କ ଟ୍ୟାଙ୍କ ଇଣ୍ଡିଆରେ ଅଶନୀର ଗ୍ରୋଭର ସବୁଠୁ ଲୋକପ୍ରିୟ ତଥା ଚର୍ଚ୍ଚିତ ଜଜ୍‌ ବନିଯାଇଥିଲେ। ସେ ସବୁ ପ୍ରତିଯୋଗୀଙ୍କୁ ମୁହେଁ ମୁହେଁ ନିଜ ଜବାବ ଦେଉଥିଲେ। ଏଣୁ ତାଙ୍କୁ ସମସ୍ତେ ଭୟ କରୁଥିଲେ। କିନ୍ତୁ ଶୋ’ ପରେ ତାଙ୍କ କମ୍ପାନୀ ଯୋଗୁ ଚର୍ଚ୍ଚାରେ ଥିଲେ ଅଶନୀର।

Also Read: ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌କୁ ନେଇ ସାମ୍ନାକୁ ଆସିଲା ଅମୀର ଖାନ୍‌ଙ୍କ ରିଆକ୍ସନ୍‌, ଫ୍ୟାନ୍‌ ବି ତାଜୁବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.