ଅନ୍ତିମ ସଂସ୍କାର ବେଳେ ଅଚାନକ ମୁହାଁମୁହିଁ ହେଲେ ଲୋକେ, ଶୋକ କରୁଥିବା ଲୋକଙ୍କର ହେଲା ଏମିତି ଅବସ୍ଥା

କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଘର ପରିବାର ଶୋକରେ ବୁଡ଼ି ଯାଆନ୍ତି ଓ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି। ଯେଉଁ ସ୍ଥାନରେ ଅନ୍ତିମ ସଂସ୍କାର କରାଯାଏ, ସେଠାରେ ମଧ୍ୟ ପରିବାର ଲୋକ ବେଶ୍‌ ଇମୋସନାଲ ରହିଥାନ୍ତି। ଏଭଳି ସ୍ଥିତିରେ ଯଦି କେହି ଦୁର୍ବ୍ୟବହାର କରେ ତେବେ ପରିସ୍ଥିତି ଅସମ୍ଭାଳ ହେବା ସ୍ୱାଭାବିକ। ଏମିତି କିଛି ଘଟିଛି ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ। ଏଠାରେ କଥା ବାର୍ତ୍ତା କରିବା ବେଳେ ଧୀରେ ଧୀରେ ସ୍ଥିତି ଏମିତି ହୋଇଥିଲା ଯେ ଲୋକମାନେ ପରସ୍ପରକୁ ବାଡ଼ିଆ ପିଟା ବି କରିଥିଲେ। ଫଳରେ ପୋଲିସ ପହଞ୍ଚି ମାମଲା ସମାଧାନ କରିଥିଲା। ଏଭଳି ଘଟଣା ସାମ୍ନାକୁ ଆସିଛି ଇଂଲଣ୍ଡରେ।

ସୋମବାର ଦିନ ମଦର୍ତସାଇଡ୍‌ରେ ଏଭଳି ଘଟଣା ଘଟିଛି। ରାସ୍ତାରେ ଚାଲିଥିବା ଏହି ବିବାଦ ପରେ ପୋଲିସ ପହଞ୍ଚି ଲୋକଙ୍କୁ କାବୁ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଜଣେ ମହିଳା ଚିତ୍କାର କରୁଥିଲେ ଓ ତାଙ୍କ ଉପରେ ଗୋଲ ମରିଚ ଗୁଣ୍ଡ ସ୍ପ୍ରେ ହୋଇଥିବା ନେଇ ଅଭିଯୋଗ ହୋଇଛି। ଡଜନେରୁ ଅଧିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିଥିଲେ।

ପୋଲିସର କହିବାନୁସାରେ, ଶ୍ମଶାନରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଜଣେ ୨୭ ବର୍ଷୀୟ ଯୁବକ ଓ ୨୪ ବର୍ଷୀୟା ଯୁବତୀ ଏହି ଝଗଡ଼ା କରିଥିଲେ। କଥା କଥାରେ ଝଗଡ଼ା ଏତେ ଆଗକୁ ବଢ଼ିଯାଇଥିଲା ଯେ କଥା ମାରପିଟ୍‌ ଯାଏଁ ପହଞ୍ଚିଥିଲା। ପରେ ଯୁବତୀଙ୍କ ମୁହଁକୁ ଯୁବକ ଜଣକ ପିପର ସ୍ପ୍ରେ କରିଥିଲେ। ମହିଳା ଜଣକ ପ୍ରବଳ ଚିତ୍କାର କରିଥିଲେ। ପୋଲିସ ପହଞ୍ଚି ଉଭୟଙ୍କୁ ଧରି ନେଇଥିବା ଜଣାଯାଇଛି।

Also Read: ଟ୍ଵିଟର କହିଲା ‘ବନ୍ଦ ହୋଇଯିବ ଆମ ଧନ୍ଦା’, କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ବ୍ଲକିଂ ନିର୍ଦ୍ଦେଶ ଯୋଗୁ ଚିନ୍ତାରେ କମ୍ପାନୀ

Leave A Reply

Your email address will not be published.