ମୁମ୍ବାଇର ଅନ୍ଧେରୀରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଫିଲ୍ମ ସେଟ୍‌ ଏବଂ ଦୋକାନ

ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିବା ପରେ ଫିଲ୍ମ ସିଟିରେ ନିଆଁ ଲାଗିଛି।ଏହି ଘଟଣା ମୁମ୍ବାଇର ଅନ୍ଧେରୀ ୱେଷ୍ଟର ଚିତ୍ରକୋଟ୍ ଷ୍ଟୁଡିଓରେ ହୋଇଛି। ରଣବୀର ଏବଂ ଶ୍ରଦ୍ଧାଙ୍କ ତାଙ୍କ ଆଗାମୀ ଫିଲ୍ମର ଏକ ଗୀତର ସୁଟିଂ ହେବାର ଥିଲା। ଯେଉଁଥି ପାଇଁ ସେଟ୍ ନିର୍ମାଣ କରାଯାଉଥିଲା । ଏହି ସମୟରେ ଅଘଟଣ ଘଟିଯାଇଥିଲା ।

ଘଟଣା ସ୍ଥଳକୁ ୧୦ଟି ଦମକଳ ପଠାଯାଇଛି। ଏଠାରେ ଥିବା ଏକ ଦୋକାନରେ ନିଆଁଲାଗିଛି। ୧୦୦୦ ସ୍କୋୟାର ଫୁଟର ଏହି ଦୋକାନର ସମସ୍ତ ସାମଗ୍ରୀ ଜଳି ଯାଇଛି। ନିଆଁ ଲାଗିବାର କାରଣ ଜଣା ପଡିନାହିଁ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ନଥିବା ଜଣାପଡିଛି।

ରିପୋର୍ଟ ଅନୁସାରେ, ୨୯ ଜୁଲାଇ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ଅନ୍ଧେରୀ ୱେଷ୍ଟର ଷ୍ଟାଟର୍ସ କମ୍ପେଲକ୍ସ କଡରେ ଥିବା ଚିତ୍ରକୁଟ ଗ୍ରାଉଣ୍ଡରେ ନିର୍ମିତ ଫିଲ୍ମ ସେଟ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଘଟଣା ଘଟିବା ପରେ ଚାରିଆଡେ କଳାଧୂଆଁ ଦେଖିବାକୁ ମିଳିଥିଲା। ଏହାଛଡା ଏହାକୁ ଲିଙ୍କ ଥିବା ଏକ ଦୋକାନରେ ନିଆଁ ଲାଗିଥିବାର ଦମକଳ ବିଭାଗକୁ ସୂଚଚନା ମିଳିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ତେବେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ହୁଏତ ନିଆଁ ଲାଗିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ସେଟରେ ରଣବୀର ଏବଂ ଶ୍ରଦ୍ଧାଙ୍କ ଫିଲ୍ମର ସୁଟିଂ ହେବାର ଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରୁ ଅନେକ ଭିଡିଓ ଭାଇରାଲ୍ ହୋଇଛି। ସମଗ୍ର ଅନ୍ଧେରି ଅଞ୍ଚଳରେ କଳା ଧୂଆଁର ଦୃଶ୍ୟ ଦେଖିବାକୁ ମିଳିଛି । ଏନେଇ ମ୍ୟୁନିସିପାଲିଟିର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୪.୩୦ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତିନୋଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.