ଭିଡ଼ ଭିତରେ କାର୍ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଛାତି ଥରା ଦୃଶ୍ୟ, ଦେଖନ୍ତୁ ଭିଡିଓ
ଦିଲ୍ଲୀ: ଦିଲ୍ଲୀର ସୁବାସ ନଗର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ମଣ୍ଡି ୟୁନିୟନ୍ର ଚେୟାରମ୍ୟାନ୍ ଓ ତାଙ୍କ ଭାଇଙ୍କ ଉପରେ ଆଖିବୁଜା ଗୁଳିମାଡ଼ ହୋଇଛି। କେହି ଦୁର୍ବୃତ୍ତ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ହରିନଗର ଥାନା ଅଞ୍ଚଳରେ ଏହି ଗୁଳି ମାଡ଼ ହୋଇଛି। ପୋଲିସର ସୂଚନା ମୁତାବକ, ଉଭୟେ କାରରେ ବସି ଦିଲ୍ଲୀର ତିହାର ଗାଁ ସ୍ଥିତ ଘର ଆଡ଼କୁ ଯାଉଥିଲେ।
ଫାୟାରିଂ ଘଟଣା ବେଳର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଇଛି ଯେ ଧଳା ରଙ୍ଗର ଏକ କାରରେ ଯାଉଥିବା ଅଜୟ ଚୌଧୁରୀଙ୍କ କାର ଟ୍ରାଫିକ୍ରେ ଫସି ଯାଉଛି। ଏହି ସମୟରେ ସ୍କୁଟିରେ ୩ ଜଣ ଦୁର୍ବୃତ୍ତ ଆସୁଛନ୍ତି ଓ କାର ଉପରକୁ ଅନ୍ଧାଧୁନ୍ ଗୁଳି ମାଡ଼ କରୁଛନ୍ତି। ଡ୍ରାଇଭର ସିଟ୍ରେ ବସିଥିବା ବ୍ୟକ୍ତି ହାତରେ ପଛରେ ବସିଥିବା ଲୋକଙ୍କୁ ଲଗାତାର ତଳକୁ ନଇଁବାକୁ କହୁଛନ୍ତି ଓ ଗାଡ଼ିକୁ ବେଶ୍ ସ୍ପିଡ୍ରେ ନେଇ ଯାଉଛନ୍ତି। ତା’ ପରେ କାର ପୁଣିଥରେ ବୁଲିକି ଆସି ପଛ ଆଡ଼କୁ ଚାଲି ଯାଉଛି।
ଦେଖନ୍ତୁ ଭିଡିଓ:
#WATCH | More than 10 rounds of firing reported yesterday in the Subhash Nagar area of West Delhi has left 2 injured. Police & top officials were deployed at the spot. More details awaited: Delhi Police
(Video: CCTV) pic.twitter.com/EJaE6FKIEh
— ANI (@ANI) May 7, 2022
୧୫ ରୁ ୨୦ ରାଉଣ୍ଡ୍ ଫାୟାରିଂ ହୋଇଛି:
ଦୁର୍ବୃତ୍ତଙ୍କର ଏହି ଆଖିବୁଜା ଗୁଳି ଚାଳନାରେ ମଣ୍ଡି ୟୁନିୟନ୍ର ଚେୟାରମ୍ୟାନ୍ ଅଜୟ ଚୌଧୁରୀ ଓ ତାଙ୍କ ଭାଇ ଯଶୋବନ୍ତ ଉଭୟେ ଗୁରୁତର ହୋଇଛନ୍ତି। ତାଙ୍କ କାର ଉପରକୁ ୧୫ରୁ ୨୦ ଥର ଫାୟାରିଂ କରାଯାଇଥିଲା। ପଶ୍ଚିମ ଜିଲ୍ଲାର ଡିସିପି ଘନଶ୍ୟାମ ବଂସଲଙ୍କ ମୁତାବକ, ଉଭୟଙ୍କ ଚିକିତ୍ସା ବେସରକାରୀ ହସ୍ପିଟାଲରେ ଚାଲିଛି। ତେବେ ବର୍ତ୍ତମାନ ଯାଏଁ ଏହି ଗୁଳିମାଡ଼ର ପ୍ରକୃତ କାରଣ ସମ୍ପର୍କରେ ଜଣାପଡ଼ିନାହିଁ।
ଏହି ଘଟଣା ପଛରେ ସଲମାନ୍ ତ୍ୟାଗୀ ଗିରୋହଙ୍କ ହାତ ଥିବା ନେଇ ଆଶଙ୍କା କରାଯାଇଛି। ଗିରୋହ ବର୍ତ୍ତମାନ ଜେଲରେ ଅଛନ୍ତି। ଅଜୟ ଚୌଧୁରୀଙ୍କର ଏହି ଗିରୋହଙ୍କ ସହ ଶତ୍ରୁତା ଚାଲିଛି। ତେବେ ବର୍ତ୍ତମାନ ଯାଏଁ ପୋଲିସକୁ ଏହି ଘଟଣାର କାରଣ ବିଷୟରେ ସ୍ପଷ୍ଟ ଭାବେ କିଛି ସୂଚନା ମିଳି ନାହିଁ। ଘଟଣାକୁ ଲୁଟ୍ପାଟ୍ ଦୃଷ୍ଟିରୁ ବି ତଦନ୍ତ କରାଯାଉଛି।
ପୋଲିସ ମୁତାବକ, ଘଟଣାର କିଛି ସମୟ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ପୋଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡ ହୋଇଥିବା ସ୍ଥାନରୁ ପୋଲିସ କିଛି ଗୁଳି ଓ ଖୋକା ଜବତ କରିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ ଆରମ୍ଭ କରିଛି। ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଥିବା କହିଛି।
Also Read: କଙ୍ଗନା ରାଣାଓ୍ଵତଙ୍କ ଶୋ’ ଲକ୍ ଅପ୍ର ବିଜେତା ହେଲେ ମୁନବ୍ଦର ଫାରୁକୀ, ୨୦ ଲକ୍ଷ ଟଙ୍କା ସହ ମିଳିଲା ଏସବୁ ଉପହାର