ଦେଶର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ପ୍ରାଞ୍ଜଳ ପାଟିଲ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଆଖିର ଜ୍ୟୋତି ନଥିଲେ ମଧ୍ୟ କେବେ ବି ହାରି ଯାଇନାହାନ୍ତି ସେ । ନିଜେ ସିନା ଦୁନିଆ ଦେଖି ପାରିଲେ ନାହିଁ ବରଂ ଦେଶର ଦୁଖୀ ରଙ୍କି ମାନଙ୍କୁ ଦୁନିଆ ଦେଖେଇବାର ଏକ ସ୍ବପ୍ନ ଦେଖିଥିଲେ । ଜୀବନର ଲକ୍ଷ ହାସଲ ରେ ଶରୀରର ଏହି ଦୁର୍ବଳତା ବାଧକ ସାଜି ପାରିନାହିଁ । ଦୃଷ୍ଟି ହୀନତାକୁ ନିଜ ଦୁର୍ବଳତା ନୁହେଁ ବରଂ ସବଲତା ଭାବେ ଗ୍ରହଣ କରିଥିଲେ ସେ । ନିଜ ଅଦମ୍ୟ ପରିଶ୍ରମ ଓ ଅପରିସୀମ ନିଷ୍ଠା ବଳରେ ଦେଶର ପ୍ରଶାସନିକ ସେବା କ୍ଷେତ୍ରର ସର୍ବୋଚ୍ଚ ପଦରେ ଆଜି ବସିପାରିଛନ୍ତି । ଆହୁରି ମଧ୍ୟ ଦେଶର ପ୍ରଥମ ଦୃଷ୍ଟି ହୀନ ମହିଳା ଆଇଏଏସ ଅଧିକାରୀ ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ଆମେ ଆଜି ଆପଣଙ୍କୁ ଯାହା ବିଷୟରେ କହୁଚୁ ସେ ହେଉଛନ୍ତି ପ୍ରାଞ୍ଜଳ ପାଟିଲ ।

୨୦୧୭ ମସିହା ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ୧୨୪ ସ୍ଥାନରେ ରହି ବର୍ତ୍ତମାନ କେରଳର ରାଜଧାନୀ ତିରୁବନ୍ତପୁରମ ଠାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ତୁଲାଉଛନ୍ତି । ୨୦୧୮ ମସିହାରେ ଏହି ପଦବୀରେ ତାଙ୍କୁ ନିଯୁକ୍ତ କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷା ନିମନ୍ତେ ସେ କୌଣସି କୋଚିଂଗର ନେଇନଥିଲେ । ନିଜ ର ଚେଷ୍ଟା ବଳରେ ହିଁ ସେ ନିଜ ଲକ୍ଷକୁ ହାସଲ କରିପାରିଛନ୍ତି । ୨୦୧୬ ମସିହାରେ ୟୁପିଏସ୍ସି ପରୀକ୍ଷାରେ ୭୭୩ ସ୍ଥାନ ହାସଲ କରି ଆଇଆରଏସ ପଦ ହାସଲ କରିଥିଲେ ମଧ୍ୟ ଏହା ତାଙ୍କୁ ସନ୍ତୁଷ୍ଟ କରିପାରି ନଥିଲା । ପରବର୍ଷ ଆଉ ଥରେ ପରୀକ୍ଷା ଦେଇ ଏହି ଲକ୍ଷ ହାସଲ କରିପାରିଥିଲେ ।

pranjal
ପ୍ରକୃତରେ କିନ୍ତୁ ପ୍ରାଞ୍ଜଳ ଜନ୍ମ ରୁ ଅନ୍ଧ ନଥିଲେ । ମାତ୍ର ୬ ବର୍ଷ ବୟସରେ ଏକ ଦୁର୍ଘଟଣାର ଶିକାର ହୋଇ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ । କିନ୍ତୁ ପିଲାଟି ବେଳରୁ ଏକ ଦକ୍ଷ ପ୍ରଶାସନିକ ଅଧିକାରୀ ହେବା ପାଇଁ ସ୍ବପ୍ନ ଦେଖିଥିଲେ । ତାଙ୍କ କମଳା ମେହେଟା ଦୃଷ୍ଟି ହୀନ ବିଦ୍ୟାଳୟରେ ନିଜ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । କିନ୍ତୁ ଏହା ଏକ ମରାଠୀ ସ୍କୁଲ ହୋଇଥିବାରୁ ତାଙ୍କୁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ସେଣ୍ଟ ଜାଭିୟର କଲେଜରେ ପଢା ଆରମ୍ଭ କରିଥିଲେ । ଦିଲ୍ଲୀ ସ୍ଥିତ ଇଣ୍ଟର ନେସନାଲ ରିଲେସନ ବିଷୟରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ । ପରେ ସେଠାରେ ସେ ଏମଫିଲ ଓ ପିଏଚଡି ଡିଗ୍ରୀ ମଧ୍ୟ କରୀଛନ୍ତି । ନିଜ ଦୃଷ୍ଟି ଶକ୍ତି ଫେରେଇ ଆଣିବା ପାଇଁ ପ୍ରାଞ୍ଜଳ ଅନେକ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା ।

ଏହା ସହ ପଢନ୍ତୁ: ଜନ୍ମ ପରେ ଛାଡି ଯାଇଥିଲେ ମାତା-ପିତା, ଆଜି ଭୟଙ୍କର କ୍ୟାନସରକୁ ମାତ୍‌ ଦେଇ ଜିତିଗଲା ମିନୁ

ବରଂ ବର୍ଷେ କାଳ ତାଙ୍କୁ ଗଭୀର ଯନ୍ତ୍ରଣାରେ କାଟିବାକୁ ପଡିଥିଲା । ଜୀବନରେ ଏତେ ଗୁଡିଏ ଯନ୍ତ୍ରଣାର ସାମ୍ନା କରିଥିଲେ ମଧ୍ୟ କେବେ ପଛ ଘୁଞ୍ଚା ଦେଇନାହାନ୍ତି ପ୍ରାଞ୍ଜଳ । ବରଂ ନିଜ ଲକ୍ଷ ପଥକୁ ସ୍ଥିର ରଖି ସେହି ଥିରେ ହିଁ ଆଗେଇ ଆଜି ସେ ଏକ ବଡ ପଦବୀ ଅଧିକାର କରିପାରିଛନ୍ତି । ନିଜ ଲକ୍ଷକୁ ପ୍ରାଞ୍ଜଳ ରଖି ନିଜ ନାଁକୁ ୧୦୦ ପ୍ରତିଶତ ସାର୍ଥକ କରିପାରିଛନ୍ତି । ତାଙ୍କର ଚଲାପଥ ଏହି ପରି ଭାବେ କୁସୁମିତ ହେଉ ଓ ଭବିଷ୍ୟତରେ ଏକ ଦକ୍ଷ ଅଫିସର ଭାବେ ନାଁ କମାନ୍ତୁ ଏହା ହିଁ ଆମର ତାଙ୍କ ପାଇଁ ଶୁଭକାମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.