ପଶ୍ଚିମ ଚୀନରେ ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି, ୧୬ ଜଣଙ୍କ ମୃତ୍ୟୁ; ୩୬ ନିଖୋଜ

ଚୀନ୍‌ର ଉତ୍ତର-ପଶ୍ଚିମ କିଙ୍ଘାଇ ପ୍ରଦେଶରେ ହଠାତ୍‌ ବନ୍ୟା ପାଣି ମାଡ଼ି ଆସିବା ଦ୍ୱାରା ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୬ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ମୁତାବକ, ଦାତୋଙ୍ଗ ହୁଇ ଏବଂ ତୁ ସ୍ୱାୟତ୍ତ ସହରରେ ହଠାତ୍ ବନ୍ୟା ପାଣି ମାଡ଼ି ଆସିବାରୁ ସ୍ଥିତି ଜଟିଳ ହୋଇପଡ଼ିଛି।

ବନ୍ୟା ଯୋଗୁ ୬ଟି ଗାଁର ୧,୫୧୭ ପରିବାରର ମୋଟ ୬,୨୪୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଦାତୋଙ୍ଗ ସହରରେ ହଠାତ୍ ପ୍ରବଳ ବର୍ଷା ଯୋଗୁ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖବର ମୁତାବକ, ସ୍ଥାନୀୟ ଅଧିକାରୀମାନେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି।

ବନ୍ୟା ପରେ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୧୬୦ରୁ ଅଧିକ ଗାଡ଼ି ସହ ସଶସ୍ତ୍ର ପୋଲିସ, ସାର୍ବଜନିକ ସୁରକ୍ଷା, ଜରୁରୀକାଳୀନ ଏବଂ ସ୍ୱାସ୍ଥ୍ୟ ବିଭାଗର ୨,୦୦୦ରୁ ଅଧିକ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.