ବାଜପେୟୀଙ୍କ ସ୍ବାସ୍ଥ୍ଯାବସ୍ଥାରେ ସୁଧାର : ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାଚ୍ଚର୍ନା

ନୂଆଦିଲ୍ଲୀ : ପୂବର୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଯେଉଁ ଚିକିତ୍ସା ପ୍ରଦାନ କରାଯାଉଛି ସେଥିରୁ ସୁଫଳ ମିଳିଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍‌ସ କର୍ତ୍ତପକ୍ଷ । ତେବେ ଚିକିତ୍ସା ପାଇଁ ବାଜେପୟୀଙ୍କୁ ଏବେ ଏମ୍ସର ରହିବାକୁ ପଡ଼ିବ । ରୁଟିନ୍‌ ଚେକ୍‌ଅପ୍‌ ପାଇଁ ସୋମବାରଠାରୁ ଦିଲ୍ଲୀ ଏମ୍ସରେ ପୂବର୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୟୀଙ୍କୁ ଭର୍ତ୍ତି କରାଯାଇଛି । ୯୩ ବର୍ଷୀୟ ବାଜପେୟୀ ଏବେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ନିରୀକ୍ଷଣରେ ଅଛନ୍ତି । ଗୁଲେରିଆ ଗତ ୧୫ ବର୍ଷ ହେବ ବାଜପେୟୀଙ୍କୁ ଚିକିତ୍ସା କରି ଆସୁଛନ୍ତି।

ଅନ୍ଯପଟେ ବାଜେପୟୀଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାଚ୍ଚର୍ନା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୂବର୍ତନ ପ୍ରଧାନମନ୍ତ୍ରୀ ମନେମାହନ ସିଂହ ଓ ଏଚ୍‌ଡି ଦେବେଗୗଡ଼ା ଏମ୍‌ସ ଯାଇ ବାଜେପୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବହୁ ପ୍ରମୁଖ କେନ୍ଦ୍ରମନ୍ତ୍ରୀ  ଏମ୍‌ସ ଯାଇ ବାଜେପୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ  ପଚାରି ବୁଝିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.