LAC ରେ ଉତ୍ତେଜନା ହ୍ରାସ ପାଇଁ ଆଜି ହେବ ଚତୁର୍ଥ ଥର ପାଇଁ ମିଲିଟାରୀ ସ୍ତରୀୟ ଆଲୋଚନା

ଲଦାଖ: ଆଜି ଚତୁର୍ଥ ଥର ପାଇଁ ମିଲିଟାରୀ ସ୍ତରୀୟ ଆଲୋଚନା। ଏହି ଆଲୋଚନା ଏଲଏସିର ଭାରତ ପଟେ ପୂର୍ବ ଲଦାଖ ରସୁଲପୁର ଠାରେ ଅନୁଷ୍ଠିତ ହେବ । ସୀମାରୁ ଦ୍ୱିତୀୟ ପର୍ଯ୍ୟାୟ ସୀମା ଅପସାରଣ ନେଇ ଆଲୋଚନା ହେବ । LAC ରେ ଉତ୍ତେଜନା ହ୍ରାସ ପାଇଁ ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ପକ୍ଷରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେବେ ।

ବିଶେଷ କରି ପେଙ୍ଗୟାଂ ସୋ ହ୍ରଦ ଅଞ୍ଚଳରେ ଏବେ ବି ରହିଥିବା ଚୀନ ସେନା ଅପସାରଣ ନେଇ ଆଲୋଚନାର କରାଯିବ । ଗତ ଜୁନ ୩୦ ତାରିଖରେ ଚୁସୁଲ ଠାରେ ଅନୁଷ୍ଠିତ ଆଲୋଚନା ବେଳେ ୩ଟି କ୍ଷେତ୍ରରୁ ସେନା ଅପସାରଣ ଲାଗି ସହମତି ହୋଇଥିଲା । ଏହାପରେ ହଟ ସ୍ପ୍ରିଙ୍ଗ, ଗୋଗ୍ରା ଓ ଗଲଓ୍ଵାନରୁ ଚୀନସେନା ପଛକୁ ହଟିଥିଲା ।

Leave A Reply

Your email address will not be published.