ଫରାସୀ ଲେଖିକା ଆନି ଅରନକ୍ସଙ୍କୁ ୨୦୨୨ ସାହିତ୍ୟରେ ନୋବେଲ ପୁରସ୍କାର
ପ୍ରତିବର୍ଷ ନୋବେଲ ପୁରସ୍କାର ପାଇଁ ମାନ୍ୟଗଣ ବ୍ୟକ୍ତିଙ୍କୁ ଚୟନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଫ୍ରେଞ୍ଚ ବା ଫରାସୀ ଲେଖିକା ଆନି ଅରନକ୍ସଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଇଛି। ସ୍ଵିଡେନ ରାଜଧାନୀ ଷ୍ଟାକହୋମରେ ଆଜି ସାହିତ୍ୟ ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା କରାଯାଇଥିଲା। ତାଙ୍କୁ ନିଜର ସାହସିକତା ଓ କ୍ଲିନିକାଲ ପରୀକ୍ଷଣ ବ୍ୟବସ୍ଥା ପାଇଁ ଏହି ପୁରସ୍କାର ମିଳିବ। ତେବେ ଏହା ସ୍ୱିଡିସ ଏକାଡେମି ତରଫରୁ ଘୋଷଣା କରାଯାଇଛି। ତାଙ୍କ ଲେଖା ସାମାଜିକ ଅସମାନତା ବିରୋଧରେ ଲଢେଇ ପାଇଁ ତାଙ୍କ ସାହସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଲେଖିକାଙ୍କ ନୈତିକ ସାହସ ଓ ତାଙ୍କ ଚିନ୍ତା ଧାରା ପାଇଁ ହିଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ତେବେ ସେ ପ୍ରଥମେ ଆତ୍ମଜୀବନୀ ମୂଳକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ। କହିବାକୁ ଗଲେ ଫରାସୀ ଭାଷାରେ ସେ ହେଉଛନ୍ତି ସବୁଠାରୁ ଲୋପ୍ରିୟ କଥାକାର। ସେ ପ୍ରାୟ ୩୦ ରୁ ଅଧକ ପୁସ୍ତକ ରଚନା କରିଛନ୍ତି ଏବଂ ସମଜାରେ କିପରି ଶାନ୍ତି ବଜାୟ ରହିବ ସେ ବିଷୟରେ ମଧ୍ୟ ସେ ବହି ଲେଖିଛନ୍ତି ଓ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସମାଜର ଶାନ୍ତି ପାଇଁ ସେ ଅନେକ ପ୍ରଚେଷ୍ଟା ମଧ୍ୟ କରିଛନ୍ତି। ସେଥି ପାଇଁ ତାଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତା ଭାବରେ ଘୋଷଣା କରାଯାଇଛି ।
ସମାଜ ପାଇଁ ସେ ଅନେକ କାମ କରିଛନ୍ତି। ପିଲାଙ୍କ ନୈତିକ ଓ ଭୌତିକ ଶିକ୍ଷା ପାଇଁ ମଧ୍ୟ ସେ ଅନେକ କାମ କରିଛନ୍ତି। ତେବେ ନୋବେଲ ପୁରସ୍କାର ପାଉଥିବା ବ୍ୟକ୍ତିଙ୍କୁ ସ୍ଵର୍ଣ୍ଣ ପଦକ ମିଳିବା ସହିତ ପ୍ରମାଣ ପତ୍ର ଓ ଏକ କୋଟି ଟଙ୍କା ପ୍ରାୟତ ୯ ଲକ୍ଷ ଡଲାର ମିଳିଥାଏ। ନୋବେଲ ପୁରସ୍କାର ପାଇଁ ପ୍ରତିବର୍ଷ ଅନେକ ଲୋକ ରେଜିଷ୍ଟ୍ରେସନ୍ କରନ୍ତି । କିନ୍ତୁ ଯେଉଁମାନେ ଏହି ପୁରସ୍କାର ପାଇଁ ମନୋନୀତ ହୁଅନ୍ତି କେବଳ ସେମାନଙ୍କୁ ହିଁ ଏହି ପୁରସ୍କାର ଦିଆଯାଏ। ଏଥି ପାଇଁ ଯୋଗ୍ୟ ବିବେଚିତ ହେବାକୁ ପଡ଼ିବ।