Google ନିଜ କର୍ମଚାରୀଙ୍କୁ ଦେଲା ଚେତାବନୀ! ଜଲ୍‌ଦି ହୋଇପାରେ ଛଟେଇ

ଗୁଗଲରେ କାମ କରୁଥିବା କର୍ମଚାରୀଙ୍କ ସ୍ଥିତି ବର୍ତ୍ତମାନ ସୂତା ଖିଅରେ ଝୁଲୁଛି। ମିଡିଆ ରିପୋର୍ଟ ମୁତାବକ, ଗୁଗଲ ଅଫିସିଆଲି ଭାବେ ନିଜ କର୍ମଚାରୀମାନଙ୍କୁ ଚେତାବନୀ ଜାରି କରି କହିଛି ଯେ ଯଦି କମ୍ପାନୀ ପାଇଁ ଭଲ ରେଜଲ୍ଟ ମିଳୁନାହିଁ, ତା’ ହେଲେ ସେମାନେ ଛଟେଇ ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ଚଳିତ ମାସ ପ୍ରାରମ୍ଭରେ ଗୁଗଲ ସିଇଓ ସୁନ୍ଦର ପିଚାଇ କହିଥିଲେ କି, ସେ କର୍ମଚାରୀମାନଙ୍କ କାମରେ ସନ୍ତୁଷ୍ଟ ନାହାନ୍ତି।

ଗୁଗଲ କ୍ଲାଉଡ୍‌ ସେଲ୍ସ ଡିପାର୍ଟମେଣ୍ଟରେ କାମ କରୁଥିବା କର୍ମଚାରୀମାନଙ୍କ ଅନୁସାରେ, ସେମାନଙ୍କ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ କମ୍ପାନୀ ସମସ୍ତ ସେଲ୍ସ ପ୍ରଡକ୍ଟିଭିଟିର ସମୀକ୍ଷା କରିବ ଏବଂ ଯଦି ଆଗାମୀ ତ୍ରୟୋମାସର ପରିଣାମ ଭଲ ନ ଦେଖିବ, ତା’ ହେଲେ କର୍ମଚାରୀମାନଙ୍କ ପାଇଁ ସମସ୍ୟା ବଢ଼ିପାରେ। ଏହି ଚେତାବନୀ ପରେ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି।

ସୁନ୍ଦର ପିଚାଇଙ୍କ ଅନୁସାରେ, ଗୁଗଲର ପ୍ରଡକ୍ଟିଭିଟି ଆଶାଠାରୁ କମ୍‌ ରହିଛି, ଯାହା ଗୁଗଲକୁ ମିଳିବାର ଥିଲା। ୨୦୨୨ର ଦ୍ୱିତୀୟ ତ୍ରୟୋମାସରେ କମ୍ପାନୀର ଆୟ ଯଥେଷ୍ଟ ଦୁର୍ବଳ ଥିଲା, ଯେମିତି ପ୍ରଥମ ତ୍ରୟୋମାସରେ ହୋଇଥିଲା। ପିଚାଇ କହିଥିଲେ ଯେ ଗୁଗଲ ନିଜ କର୍ମଚାରୀମାନଙ୍କୁ ଅଧିକରୁ ଅଧିକ ଯୋଗଦାନ ଦେବା ପାଇଁ ପ୍ରତ୍ସୋହିତ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.