ବିବାହ ଉତ୍ସବରେ ପହଞ୍ଚିପାରିଲେନି ବର, କନିଆଁ କାନ୍ଦି କାନ୍ଦି ବେହାଲ

ନୂଆଦିଲ୍ଲୀ : ବେଳେ ବେଳେ ଏମିତି ଘଟେ,ଯାହାକୁ କେହି ଚାହିଁ ବି ବଦଳାଇ ପାରନ୍ତି ନାହିଁ । ସବୁ କିଛି ଯେପରି ନିୟତି ହାତରେ ରହିଯାଇଥାଏ । ଏମିତି ଏକ ଘଟଣା ଘଟିଥିଲା ଏକ ବିବାହ ଉତ୍ସବରେ । ବିବାହ ଉତ୍ସବ ପାଳନ ପାଇଁ କନ୍ୟା ସଜବାଜ ହୋଇ ପ୍ରସ୍ତୁତ । କନ୍ୟା ପକ୍ଷ ଓ ବର ପକ୍ଷର ସମସ୍ତ ଅତିଥି ମଧ୍ୟ ପ୍ରସ୍ତୁତ । ହେଲେ ଠିକ ସମୟରେ ବର ଆସିପାରିଲେନି । ଏକଥା ଶୁଣି କନିଆ ବେହୋସ । ବିବାହ ମଣ୍ଡପପରେ କାନ୍ଦି କାନ୍ଦି ବେହାଲ ହେଲେ କନିଆଁ । କଥା ବୁଝୁ ବୁଝୁ କ’ଣ ନା ବରଙ୍କର ଠିକ ସମୟରେ ଭିଜା ମିଳିପାରିଲାନି ।

ବିବାହ ଉତ୍ସବ ପାଳନ ପାଇଁ ଏକ ଦମ୍ପତି ସବୁ ପ୍ରକାର ପ୍ରସ୍ତୁତି କରିଥିଲେ । ୩୬ ବର୍ଷ ବୟସ୍କା ହେଜେଲ ସଜବାଜ ହୋଇ ରହିଥିଲେ । ପାର୍ଟିରେ ଅତିଥିମାନେ ମଧ୍ୟ ପହଞ୍ଚି ସାରିଥିଲେ । ହେଲେ ଠିକ ସମୟରେ ବର ପହଞ୍ଚି ପାରିଲେନି । କାରଣ ବ୍ରିଟେନରେ ରହୁଥିବା ୩୪ ବର୍ଷୀୟ କରୀମ କୋେଓ୍ଵତଲି ପହଞ୍ଚି ପାରିଲେ ନାହିଁ । କାରଣ ହେଜେଲ ଯେବେ ଜର୍ଜିଆରେ ବିବାହ କରିଥିଲେ,ସେତେବେଳେ କୌଣସି ବନ୍ଧୁବାନ୍ଧବ ବା ପରିବାରର କୌଣସି ସଦସ୍ୟ ଯୋଗ ଦେଇ ପାରିନଥିଲେ ।

ତେଣୁ ହେଜେଲ ବିବାହ ଉତ୍ସବର ଆୟୋଜନ ବ୍ରିଟେନରେ କରିଥିଲେ । ହେଲେ ଠିକ ସମୟରେ କରୀମଙ୍କ ଭିଜା ବ୍ରିଟେନକୁ ମିଳି ପାରିଲା ନାହିଁ । ସେ ଜର୍ଜିଆରେ ଫସି ରହିଗଲେ । ଏହି ଖବର ପାଇଁ ହେଜେଲ କାନ୍ଦି କାନ୍ଦି ବେହାଲ ହେବା ସହ ମଦ ସହ ନିଜର ଦୁଃଖ ବାଣ୍ଟିବାକୁ ବାଧ୍ୟ ହେଲେ । ଶେଷରେ ବିନା ବରରେ ବିବାହ ଉତ୍ସବ ପାଳନ ହେଲା ।

ସବୁଠାରୁ ବଡ଼ କଥା ହେଲା ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ କିଛି ହେଜେଲଙ୍କ ପିତା ଅଷ୍ଟ୍ରେଲିଆରୁ ଆସିଥିବା ବେଳେ କିଛି ଅତିଥି ୟୁରୋପରୁ ଆସିଥିଲେ । ବଡ ଧୁମଧାମରେ ଉତ୍ସବର ଆୟୋଜନ ହୋଇଥିଲା । ହେଲେ ପତି କରୀମଙ୍କ ଅନୁପସ୍ଥିତି ବିବାହ ଉତ୍ସବକୁ ଫିକା କରିଦେଇଥିଲା ।

Leave A Reply

Your email address will not be published.