ମୋଦିଙ୍କ ଜିଏଷ୍ଟିକୁ ପୂରିବ ବର୍ଷେ ! କଣ ଦେଇଥିଲେ କଥା ଆଉ କଣ ହେଲା ପରିଣତି ?

GST-Governmentନୂଆଦିଲ୍ଲୀ: ଜିଏସଟିକୁ ଆଜି ମଧ୍ୟ ରାତ୍ରରେ ବର୍ଷେ ପୂରିବ। ଗତବର୍ଷ ଜୁଲାଇ ୧ ତାରିଖରେ ସାରା ଦେଶରେ ଜିଏସଟି ଲାଗୁ ହୋଇଥିଲା। ଆଗାମୀ ଦିନରେ ଆହୁରି ଅଧିକ ସାମଗ୍ରୀ ଓ ସେବା ଉପରୁ ଜିଏସଟି ହାର ହ୍ରାସ କରାଯିବ ବୋଲି ଜଣାପଡ଼ିଛି। ବିଶେଷ କରି ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି କେତେକ ଉତ୍ପାଦର ଜିଏସଟି ହ୍ରାସ କରାଯାଇପାରେ। ଆଉ କିଛି ସାମଗ୍ରୀର ଟିକସ ହାରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ବିଶେଷ କରି ଯେଉଁ ସାମଗ୍ରୀର ଟିକସ ହାର ଅଧିକ ରହିଛି ଏବଂ ସରକାର ସେଥିରୁ ଅଧିକ ରାଜସ୍ୱ ପାଉ ନାହାନ୍ତି ସେଗୁଡିକରେ ପରିବର୍ତ୍ତନ ଅଣାଯାଇପାରେ। ଗତବର୍ଷ ନଭେମ୍ବରରେ ଗୌହାଟିରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ୨୦୦ରୁ ଅଧିକ ସାମଗ୍ରୀର ଜିଏସଟି ହ୍ରାସ କରାଯାଇଥିଲା। ୧୭୬ଟି ସାମଗ୍ରୀର ଜିଏସଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଥିଲା। ଫଳରେ ସର୍ବାଧିକ ୨୮ ପ୍ରତିଶତ ଟିକସ ହାରରେ କେବଳ ୫୦ଟି ସାମଗ୍ରୀ ରହିଥିଲା।

gst ଜିଏସଟି ଲାଗୁ ହେବା ପରେ ଟିକସ ଆଦାୟ ବଢିଛି। ବ୍ୟକ୍ତିଗତ ଆୟକର ପଇଠ ଏବଂ କର୍ପୋରେଟ୍ ଟିକସ୍ ଦାଖଲ ମଧ୍ୟ ବଢିଛି। ତେବେ ଜିଏସଟିର ଜଟିଳତାକୁ ବ୍ୟବସାୟୀମାନେ ଏବେ ବି ଠିକ୍ ଭାବରେ ବୁଝିପାରି ନାହାନ୍ତି। ସଠିକ ଭାବେ ରିଟର୍ଣ୍ଣ ଫାଇଲ କରିପାରୁ ନାହାନ୍ତି। ରିଟର୍ଣ୍ଣ ଫର୍ମକୁ ସରଳ କରାଯାଇଥିଲେ ବି ଆହୁରି ସରଳୀକରଣର ଆବଶ୍ୟକତା ରହିଛି। ସେହିପରି ଜିଏସଟି ପଞ୍ଜିକରଣ ଏକ ଜଟିଳ ବ୍ୟାପାର ହୋଇ ରହିଛି। ଜିଏସଟିରେ ନୂଆ ପ୍ରକାର ସେସକୁ ନେଇ ସମସ୍ୟା ମଧ୍ୟ ରହିଛି । ଲଗଜୁରି ସେସ୍ ଓ ହାନୀକାରକ ଦ୍ରବ୍ୟ ସେସ୍ ବ୍ୟତୀତ ଚିନି ଉପରେ ସେସ୍ ଲଗାଇବାକୁ ସରକାର ଚିନ୍ତା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.