ଜ୍ଞାନବାପୀ ମାମଲା ଗ୍ରହଣ ଯୋଗ୍ୟ ବୋଲି କହିଲେ କୋର୍ଟ, ହିନ୍ଦୁ ପକ୍ଷଙ୍କୁ ଆଶ୍ୱସ୍ତି

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଜ୍ଞାନବାପୀ ମାମଲାରେ ହିନ୍ଦୁପକ୍ଷଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଅଞ୍ଜୁମନ ଇସଲାମିଆ ମସଜିଦ କମିଟିର ଆବେଦନକୁ ଖାରଜ କଲେ ବାରଣାସୀ ଜିଲ୍ଲା କୋର୍ଟ। ଜ୍ଞାନବାପୀ ପରିସରରେ ପୂଜାର୍ଚ୍ଚନାକୁ ଅନୁମତି ଦେବାକୁ ୫ଜଣ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜିଲ୍ଲା କୋର୍ଟ ଜଜ ଏକେ ବିଶ୍ୱେଶ ମାମଲା ଗ୍ରହଣ ଯୋଗ୍ୟ ବୋଲି କହିଛନ୍ତି। ମହିଳାଙ୍କ ଆବେଦନକୁ ଚ୍ୟାଲେଞ୍ଜ କରି ଅଞ୍ଜୁମନ ଇସଲାମିଆ କରିଥିବା ପିଟିସନକୁ ଖାରଜ କରିଛନ୍ତି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ଗତବର୍ଷ ଶୃଙ୍ଗାରଗୈାରୀଙ୍କ ପୂଜା ପାଇଁ ୫ ଜଣ ମହିଳା କୋର୍ଟରେ ମାମଲା ଦାଖଲ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଅଞ୍ଜୁମନ ଇସଲାମିଆ ମସଜିଦ କମିଟି କୋର୍ଟରେ ପିଟିସନ ଦାୟର କରିଥିଲେ । ପରେ କୋର୍ଟଙ୍କ ପକ୍ଷରୁ ଜ୍ଞାନବାପୀ ପରିସରର ଭିଡିଓଗ୍ରାଫି ପାଇଁ ଆଦେଶ ଦିଆଯାଇଥିଲା । ଭିଡିଓଗ୍ରାଫି ବେଳେ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁପକ୍ଷ ଦାବି କରିଥିଲେ ।

ଆଜି ବାଦୀ ଓ ପ୍ରତିବାଦୀ ଓକିଲମାନେ ନିଜ ନିଜର ପକ୍ଷ ରଖିଥିଲେ । ଜିଲ୍ଲା ଜଜ୍ ଏକେ ବିଶ୍ବେଶ ସମସ୍ତ ତଥ୍ୟ ଦେଖିବା ପରେ ଏହି ମାମଲା ଗ୍ରହଣଯୋଗ୍ୟ ଏବଂ ଏହାର ପରବର୍ତ୍ତି ଶୁଣାଣି ପାଇଁ ରାୟ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.