ତାଜମହଲକୁ ‘ତେଜା ମହାଳୟ’ କହି ହିନ୍ଦୁବାଦୀ କରୁଥିଲେ ପୂଜା, ୩ ଗିରଫ

ତାଜମହଲ ସୁରକ୍ଷାରେ ଥିବା ସିଆଇଏସଏଫ ଯବାନ ତାଜମହଲ ପରିସରରୁ ଭଗବାନ ଶିବଙ୍କ ଆରାଧନ କରୁଥିବା ଏକ ହିନ୍ଦୁବାଦୀ ସଂଗଠନର ୩ ଜଣ କାର୍ଯ୍ଯକର୍ତ୍ତାଙ୍କୁ ଗିରଫ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି।

ସୂଚନା ମୁତାବକ, ଗୁରୁବାର ମହାଶିରାତ୍ରୀ ଅବସରରେ ହିନ୍ଦୁବାଦୀ ସଂଗଠନର ଜଣେ ମହିଳାଙ୍କ ସହିତ ତିନି ଜଣ କାର୍ଯ୍ଯକର୍ତ୍ତା ତାଜମହଲ ପରିସରରେ ପୂଜା ଅର୍ଚ୍ଚନା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି ବୋଲି ତାଜଗଂଜ ଥାନାର ଅଧିକାରୀ ଉମେଶଚନ୍ଦ୍ର ତ୍ରିପାଠୀ କହିଛନ୍ତି।

ପୋଲିସ କହିବା ମୁତାବକ, ହିନ୍ଦୁ ମହାସଭାର ପ୍ରାନ୍ତୀୟ ଅଧ୍ୟକ୍ଷ ମୀନା ଦିବାକର କାର୍ଯ୍ଯକର୍ତ୍ତାଙ୍କ ସହିତ ସେଣ୍ଟ୍ରାଲ ଟ୍ଯାଙ୍କ ପାଖରେ ଡାଏନା ବେଞ୍ଚରେ ଆରତୀ ଆରମ୍ଭ କରିଥିଲେ। ଏହା ଦେଖି ସୁରକ୍ଷାରେ ନିୟୋଜିତ ଥିବା ସିଆଇଏସଏଫ ଯବାନ ତିନି ଜଣକୁ ଗିରଫ କରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.