ଏବେ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ବୁକିଙ୍ଗ ପାଇଁ ଆଉ ବାହାରକୁ ଯିବାକୁ ପଡିବ ନାହିଁ, ଘରେ ସହଜରେ ଫୋନରେ ଏପରି କରନ୍ତୁ ବୁକିଙ୍ଗ

ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ। ଯାହାକି ଅନେକ ଲୋକେ ଜାଣି ନଥିବେ। କିନ୍ତୁ ଏହାକୁ ବର୍ତ୍ତମାନ ସରକାର ବାଧ୍ୟତାମୂଳକ କରିଛନ୍ତି। ଦିନକୁ ଦିନ ସଡ଼କ ସୁରକ୍ଷା ନିୟମ ଓ RTO ନିୟମରେ ଅନେକ ପରିବର୍ତନ ଆସୁଛି। ଖାଲି ସେତିକି ନୁହେଁ ନୂଆ ନିୟମ ମଧ୍ୟ ଲାଗୁ ହେଉଛି। ଏବେ ମଧ୍ୟ ସମସ୍ତ ଗାଡ଼ି ପାଇଁ ଆସିଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଆଲର୍ଟ। ଭାରତ ସରକାରଙ୍କ ତରଫରୁ ଏବେ ମଧ୍ୟ ଦେଶର ସମସ୍ତ ପ୍ରକାର ଯାନ ଉପରେ ଉଚ୍ଚ ସୁରକ୍ଷା ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ରଖାଯାଇଛି। କିନ୍ତୁ ଅନେକ ଲୋକ ଏପର୍ଯ୍ୟନ୍ତ ଏହି ନମ୍ୱର୍ ରଖିବାକୁ ମନ ଦେଉନାହାନ୍ତି ଓ ଏହାକୁ କରିବା ମଧ୍ୟ ଜାଣିନାହାନ୍ତି।

କାରଣ ସେମାନେ ଜାଣି ନାହାଁନ୍ତି ଯେ, ଏପରି ନମ୍ବର ପ୍ଲେଟ ଲଗାଇବା ଦ୍ୱାରା ସେମାନଙ୍କର କାର, ମୋଟୋର ସାଇକେଲ୍ ସୁରକ୍ଷିତ ହୋଇପାରିବ। ସେମାନେ ମଧ୍ୟ ପୋଲିସ ଦ୍ୱାରା ଜାରୀ ହୋଇଥିବା ଫର୍ମରୁ ରକ୍ଷା ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବିଷୟରେ ଓ ଆପଣ ଘରେ ବସି ନିଜ ଫୋନ୍ ମାଧ୍ୟମରେ କିପରି ଏହାକୁ ରେଜିଷ୍ଟ୍ରେସନ୍ କରି ପାରିବେ। ଏହି ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟଗୁଡ଼ିକ ଆଲୁମିନିୟମରୁ ନିର୍ମିତ। ଯେଉଁଥିରେ କ୍ରୋମିୟମ ଉପରେ ଆଧାରିତ ଏକ ହୋଲଗ୍ରାମ ମଧ୍ୟ ଅଛି। ଏକ ପ୍ରକାର ଷ୍ଟିକର ପରି ଦେଖାଯାଉଥିବା ହୋଲଗ୍ରାମରେ ଯାନର ସମସ୍ତ ବିବରଣୀ ବା ଡାଟା ରହିଛି।

ତେବେ ଏଥିରେ ଥିବା ୟୁନିକ୍ ଲିଜର୍ କୋଡ୍ ବିଷୟରେ କହିବାକୁ ଗଲେ ସୁରକ୍ଷା ପାଇଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ସ୍ୱତନ୍ତ୍ର ଲେଜର କୋଡ୍ ମଧ୍ୟ ଛପା ଯାଇଥାଏ। ପ୍ରତ୍ୟେକ ଯାନ ପାଇଁ ଏକ ପୃଥକ କୋଡ୍ ଦିଆଯାଏ। ଏହାକୁ ସହଜରେ ହଟାଯାଇପାରିବ ନାହିଁ। ପ୍ଲେଟର ଫିଚର୍ ବିଷୟରେ କହିବାକୁ ଗଲେ ଏହାର ସବୁଠାରୁ ବଡ ଫିଚର୍ ହେଉଛି ଯଦି ଏହା ଥରେ ଭାଙ୍ଗିଯାଏ, ତେବେ ଏହା ଆଉ ଯୋଗ ହୋଇପାରିବ ନାହିଁ। ଏହା ସହିତ, ଏହି ପ୍ଲେଟ୍ ଏକ ଭିନ୍ନ ଉପାୟରେ ତିଆରି ହୋଇଛି ଯାହା ଦ୍ଵାରା କେହି ଏହାକୁ ନକଲ କରି ନକଲି ପ୍ଲେଟ୍ ତିଆରି କରିପାରିବେ ନାହିଁ। ଏହି କାରଣରୁ ଯାନର ସୁରକ୍ଷା ବଢିଯାଏ ଏବଂ ଏହାକୁ ଚୋରି ଓ ଅପବ୍ୟବହାର କରାଯାଇପାରିବ ନାହିଁ।

ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ରେଜିଷ୍ଟ୍ରେସନ କରିବାର ପ୍ରକ୍ରିୟା:

Picture credit – India.com

୧. ପ୍ରଥମେ ଆପଣ ନିଜ ଫୋନରେ ଏହା ରେଜିଷ୍ଟ୍ରେସନ୍ କରିବେ ଘରେ ବସି। ଗୁଗଲରେ ସର୍ଚ୍ଚ କରନ୍ତୁ SIAM। ସର୍ଚ୍ଚ କରିବା ପରେ ତଳକୁ କ୍ଲିକ୍ କରନ୍ତୁ। ଏହାପରେ siam.in ଦେଖିବାକୁ ମିଳିବ। ଏହି ଜାଗାରେ ହିଁ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ୍ ବୁକିଙ୍ଗ କରିବେ। ମୋବାଇଲରେ କରୁଥିଲେ ଡେସ୍କଟପ୍ ସାଇଜକୁ କଂଭର୍ଟ କରିବେ।

୨. ପରେ ପରେ ପେଜ ଉପରେ ଦେଖିବେ Book HSRP, ଏହାକୁ କ୍ଲିକ୍ କରନ୍ତୁ। ଏହାପରେ ଶୋ କରିବ Next ଅପ୍ସନ୍। ଗାଡି ଯାହା ନାମରେ ରେ ବୁକ୍ ଅଛି, ତାଙ୍କ ଫୁଲ୍ ନେମ୍ ସେଠାରେ ଦେବାକୁ ପଡିବା।

୩. ଏହାପରେ Email ID ଦେବାକୁ ପଡ଼ିବ। ଷ୍ଟେଟ୍ ଓ ଏହା ପରେ ଭେଇକିଲ୍ ରେଜିଷ୍ଟ୍ରେସନ୍ ନମ୍ୱର୍ ମଧ୍ୟ ଦେବାକୁ ପଡ଼ିବ। ଏହା ପରେ ଫୋନ୍ ନମ୍ବର ଏଣ୍ଟର କରନ୍ତୁ। ପରେ ଜିଲ୍ଲା ନାମ ମଧ୍ୟ ଲେଖନ୍ତୁ ଓ Agree ଉପରେ କ୍ଲିକ୍ କରନ୍ତୁ ଏବଂ ସବମିଟ୍ କରନ୍ତୁ।

୪. ଏହା ପରେ ଅନ୍ୟ ଏକ ଅପ୍ସନ୍ ଆସିବ। ଗାଡ଼ି କେଉଁ କମ୍ପାନୀର ତାହା ସିଲେକ୍ଟ କରନ୍ତୁ। ଯେମିତିକି ଉଦାହରଣ ସ୍ୱରୂପ Honda। ଏହା ପରେ ତଳକୁ ସ୍କ୍ରଲ କରିବା ପରେ ପ୍ଲେସ ଅର୍ଡର, ଟ୍ରାକ ଓର୍ଡର ଅପ୍ସନ୍ ଆସିବ। ପ୍ଲେସ ଅର୍ଡର ଉପରେ କ୍ଲିକ୍ କରନ୍ତୁ।

୫.ଏହାପରେ ନ୍ୟୁ ଅର୍ଡର ଅପ୍ସନ୍ ଆସିବ, ଏହା ଉପରେ କ୍ଲିକ୍ କରିବେ।

୬. ଏହାପରେ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ୱର୍ ଓ ଇଞ୍ଜିନ ମୋଟର ନମ୍ୱର୍ ଏବଂ ଚେଚିସ, ଫ୍ରେମ୍, VIN ନମ୍ୱର୍ ଦେବେ। ଏହାକୁ ଆପଣ RC ବୁକ୍ ଏବଂ RC କାର୍ଡରୁ ଡିଟେଲ୍ସ ଦେବେ।
ସବୁ ଡିଟେଲ୍ସ ଠିକ୍ ଭାବେ ଦେବା ପରେ Get Data ଆସିବ। ଏହା ପରେ ଆପଣ ଯାହା ଡାଟା ଦେଇଥିବେ ତାହା ଆପଣଙ୍କ ପାଖକୁ ଆସିବ।

୭. ପରବର୍ତ୍ତୀ ସମୟରେ ବ୍ଯାକ୍ ଓ Next ଶୋ କରିବ। ଏହାପରେ ଆପଣ Next ଉପରେ କ୍ଲିକ୍ କରନ୍ତୁ। ଏହା ପରେ ନିଜ ଗାଡ଼ିର ମଡେଲ ନେମ୍ ସିଲେକ୍ଟ କରନ୍ତୁ। ପରେ କେତେ ଟଙ୍କା ଆପଣଙ୍କୁ ଦେବାକୁ ପଡ଼ିବ ତାହା ମଧ୍ୟ ଶୋ କରିବ। ଭିନ୍ନ ଭିନ୍ନ ଗାଡ଼ିର ଅଲଗା ଅଲଗା ପେମେଣ୍ଟ ଆସେ। ଆପଣକୁ ସେତିକି ପେମେଣ୍ଟ କରିବା ପାଇଁ ପଡିବ।

୮. ଏହାପରେ ଗାଡ଼ିର ସବୁ ଡିଟେଲ୍ସ ଆସିବ ଓ Next ଅପ୍ସନ୍ ଆସିବ। ଏହାପରେ ପୁଣି ଥରେ State ଓ City ଆସିବ ସିଲେକ୍ଟ କରିବା ପାଇଁ। ପୁଣି ଥରେ Next ଅପ୍ସନ୍ ଆସିବ ଓ ଆପଣ ଏହା ଉପରେ କ୍ଲିକ୍ କରିବେ। ଏହାପରେ ଡିଲର ଆଡ୍ରେସ୍ ଦେବାକୁ ପଡ଼ିବ। ଅର୍ଥାତ୍ ଯେଉଁ ଏରିଆ ଦେବେ ସେହି ଏରିଆରେ ଦୋକାନକୁ ଯିବାକୁ ପଡିବ। ଏହାପରେ ଆପଣ ଯେଉଁ ତାରିଖରେ ଗାଡ଼ି ନମ୍ବର ପ୍ଲେଟ କରିବାକୁ ଇଚ୍ଛା କରୁଛନ୍ତି ତାହା ସିଲେକ୍ଟ କରିବେ। ତେବେ ନାଲି ରଙ୍ଗର ଡେଟ୍ ଆସୁଥିଲେ ଆପଣ ବୁକିଂ କରି ପାରିବେ ନାହିଁ। ବ୍ଲାକ କଲର ଯେଉଁଠି ଥିବ ଆପଣ ସେହି ତାରିଖରେ ବୁକିଂ କରିବେ।

୯. ଏହାପରେ ଓନର ଡିଟେଲ୍ସ ଦିଅନ୍ତୁ। ପୁଣି ଥରେ Next ଉପରେ କ୍ଲିକ୍ କରନ୍ତୁ। ପୁଣି ଡାଟା ଚେକ୍ ପାଇଁ ପେଜ୍ ଶୋ କରିବ। ଡେକ୍ଲାରେଶନ ବ୍ଲକ୍ ଆସିବ ଓ ଏହା ଉପରେ ଆପଣ କ୍ଲିକ୍ କରିବେ। ଏହାପରେ ଜେନେରେଟ୍ OTP ଅପ୍ସନ୍ ଆସିବ। ଯେଉଁ ମୋବାଇଲ୍ ନମ୍ୱର୍ ଦେଇଥିବେ ସେହି ନମ୍ୱର୍ ଦେବେ। ମେଲ୍ ରେ OTP ଆସିବା ପରେ OTP ଦେବେ। ଏହା ପରେ ପେମେଣ୍ଟ ଅପ୍ସନ୍ ଆସିବ। ପେମେଣ୍ଟ ଉପରେ କ୍ଲିକ୍ କରନ୍ତୁ। ଆପଣ ଯେକୌଣସି ପେମେଣ୍ଟ ଅପ୍ସନ୍ ଉପରେ କ୍ଲିକ୍ କରିବେ।

୧୦. ପରେ Go to Dashboard ଯାଇ ରିସିପ୍ଟ ଡାଉନ୍ ଲୋଡ୍ କରିବେ। ଏହା PDF ଫର୍ମାଟରେ ଆସିବ। ଯେତେବେଳେ ସ୍ମାର୍ଟ୍ ନମ୍ୱର୍ ପ୍ଲେଟ ପାଇଁ ଯିବେ ଆପଣ ଏହି PDF ଡାଉନଲୋଡ କରି ପେପର ନେଇ ଯିବେ। ତେବେ ଏହି ହାଇ ସେକ୍ୟୁରିଟି ନମ୍ବର ପ୍ଲେଟ ଗାଡି ଚାଳକଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ। ଆପଣ ନିଜେ ଘରେ ବସି ଫୋନ୍ ମାଧ୍ୟମରେ ଏହା କରି ନିଅନ୍ତୁ। ଏହାର ଅବଧି ମଧ୍ୟ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ିଛି।

Leave A Reply

Your email address will not be published.