ପରିଚିତ ସ୍ବାମୀ ପାଲଟିଲା ଅପରିଚିତ ରାକ୍ଷାସ : ବିଶ୍ବାସଘାତକତା ପାଇଁ ସ୍ତ୍ରୀର ଗୁପ୍ତାଙ୍ଗରେ ପୂରାଇଲା ବିଦ୍ୟୁତ୍ ତାର

ରାୟପୁର : ଛତିଶଗଡ଼ ଆର୍ମ୍ଡ ଫୋର୍ସରେ କାର୍ୟ୍ୟରତ ଜଣେ ଜବାନ ନିଜ ସ୍ତ୍ରୀକୁ ବିଶ୍ବାସଘାତକତାର ଦଣ୍ଡ ଦେଇଛନ୍ତି। ସେ ତାଙ୍କ ଧର୍ମପତ୍ନୀଙ୍କ ଗୁପ୍ତାଙ୍ଗରେ ବିଦ୍ୟୁତ୍ ତାର ପକାଇଥିଲେ। ଯାହା ଫଳରେ କରେଣ୍ଟ ଲାଗି ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦମ୍ପତିଙ୍କର ଦୁଇଟି ସନ୍ତାନ ରହିଥିବା ଜଣାପଡ଼ିଛି। ଏହି ବିଭତ୍ସ ହତ୍ୟାକାଣ୍ଡ ବଲୋଦବାଜାର-ଭାଟପାରା ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ଜବାନଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ପୁଲିସ ସୂଚନା ମୁତାବକ, ଛତିଶଗଡ଼ ଆର୍ମ୍ଡ ଫୋର୍ସରେ ଅଭିଯୁକ୍ତ ସୁରେଶ ମେରୀ କାର୍ୟ୍ୟରତ। ବହୁ ଦିନ ହେବ ପତ୍ନୀ ଲକ୍ଷ୍ମୀଙ୍କର ଅବୈଦ୍ଧ ସଂପର୍କ ରହିଥିବା ସନ୍ଦେହ ଥିଲା ।ଯାହା ଫଳରେ ଦୁହଁଙ୍କ ମଧ୍ୟରେ ଅନେକ ଦିନ ହେବ ଝଗଡ଼ା ଚାଲି ଆସୁଥିଲା। ବୁଧବାର ଦିନ ଦ୍ବିପହର ସମୟରେ ଦୁହିଁଙ୍କର ଝଗଡ଼ା ହୋଇଥିଲା। ଏବଂ ସେ ଲକ୍ଷ୍ମୀଙ୍କ ଉପରେ ହାତ ଉଠାଇଥିଲେ। ଯାହା ଫଳରେ ସେ ବେହୋସ ହୋଇଯାଇଥିଲେ। ଏହାପରେ ମଧ୍ୟ ସୁରେଶ ମେରୀଙ୍କ ମନ ଶାନ୍ତ ହୋଇ ନଥିଲା ଏବଂ ସେ ତାଙ୍କ ପତ୍ନୀଙ୍କ ଗୁପ୍ତାଙ୍ଗରେ ବିଦ୍ୟୁତ୍ ତାର ପୂରାଇ ଦେଇଥିଲେ। ଯାହାଫଳରେ କରେଣ୍ଟ ଲାଗିବାରୁ ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ ତଦନ୍ତ ସମୟରେ ଖୋଦ ମେରୀ ନିଜର ଦୋଷ ସ୍ବୀକାର କରିବା ସହ ଘଟଣା ବିଷୟରେ କହିଥିଲେ। ଏପରିକି ଅଭିଯୁକ୍ତ ମେରୀ ପତ୍ନୀଙ୍କ ମୃତ ଶରୀରକୁ ଲୁଚାଇବା ପାଇଁ ଗାଡ଼ିର ମଧ୍ୟ ବ୍ୟବସ୍ଥା କରି ଦେଇଥିଲେ। କିନ୍ତୁ ଏହି ସମୟରେ ଘଟଣାସ୍ଥଳରେ ଲକ୍ଷ୍ମୀଙ୍କ ପରିବାର ଲୋକ ପହଞ୍ଚି ଅଭିଯୁକ୍ତ ମେରୀଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ। ଏବେ ଘଟଣାସ୍ଥଳ ଅର୍ଥାତ ଘରକୁ ସିଲ୍ କରାଯିବା ସହ ମାମଲାଟିର ତଦନ୍ତ କରାଯାଉଛି।

Leave A Reply

Your email address will not be published.