ଯଦି ଆପଣ ଛୋଟ ପିଲାଙ୍କୁ ସ୍କୁଟର ଓ ବାଇକ୍‌ରେ ନେଉଛନ୍ତି, କଟିପାରେ ଚାଲାଣ, ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ : ଆମ ଭିତରୁ ବହୁ ଲୋକ ନିଜର ଛୋଟ ପିଲାପିଲାଙ୍କୁ ସ୍କୁଟର ଓ ବାଇକ୍‌ରେ ବସାଇ କରି ଯାଇଥାନ୍ତି । ଆପଣ ଜାଣନ୍ତି କି ଏହାଦ୍ୱାରା ଆପଣଙ୍କୁ ଫାଇନ ଲାଗିପାରେ । ଭାରତରେ ୪ ବର୍ଷ କିମ୍ବା ତା’ଠାରୁ କମ୍‌ ବୟସର ପିଲାଙ୍କୁ ଦୁଇ ଚକିଆ ବାହନରେ ନେଇ ଯିବା ସମ୍ବନ୍ଧରେ ଗତ ବର୍ଷ କିଛି ନିୟମରେ ପରିବର୍ତ୍ତନ କରାଯାଇଥିଲା । ଯାହା ସମ୍ପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବୁ ।

ପିଲାଙ୍କୁ ସାଙ୍ଗରେ ନେଇ ଯିବାବେଳେ କ’ଣ ନିୟମ ଜରୁରୀ

ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପିଲାଙ୍କ ସୁରକ୍ଷା ପାଇଁ ଜାରି କରାଯାଇଥିବା ନିୟମ ଅନୁଯାୟୀ ଯଦି ଆପଣ ୯ ମାସରୁ ୪ ବର୍ଷ ବୟସ ମଧ୍ୟରେ ପିଲାଙ୍କୁ ସାଙ୍ଗରେ ନେଇ କରି ଯାଉଛନ୍ତି ତେବେ ଆପଣଙ୍କୁ ସେପ୍ଟି ହର୍ନସ ଓ ପିଲାଙ୍କ ମୁଣ୍ଡରେ ହେଲମେଟ ବାନ୍ଧି କରି ଯିବା ଜରୁରୀ । ଏଥିସହ ଗାଡ଼ିର ବେଗ ୪୦ କିଲୋମିଟରରୁ ଉର୍ଦ୍ଧ୍ୱ ହେବା ଉଚିତ୍‌ ନୁହେଁ ।

ଲାଗିପାରେ ଏହି ଜରିମାନା

ଦୁଇ ଚକିଆ ବାହାନରେ ପିଲାଙ୍କୁ ନେଇ ଯିବାକୁ ଗଲେ ଯଦି ଆପଣ ଏହି ନିୟମକୁ ନମାନନ୍ତି, ତେବେ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ । ଏହାଛନା ୩ ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ ବି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.