ଆଗାମୀ ୪-୫ ଦିନରେ ପ୍ରବଳ ବର୍ଷା, ଆଉ ବର୍ଷା ପରେ ପଡିବ ପ୍ରବଳ ଥଣ୍ଡା : ଚେତାବନୀ ଦେଲା ପାଣିପାଗ ବିଭାଗ

ଶୀତ ଦିନରେ ଲଘୁଚାପ ବର୍ଷା ଏବଂ ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରାୟ ଚାଷୀଙ୍କର ବର୍ଷର ଅମଳ ଉଜୁଡିଯାଇଛି। ଏହା ମଧ୍ୟରେ ଆଗକୁ ପୁଣି ବର୍ଷା ହେବାର ଆକଳନ କରି ପାଣିପାଗ ବିଭାଗ ସୂଚନା ଦେଇଛି। ଆଉ ବର୍ଷା ପରେ ପ୍ରବଳ ଥଣ୍ଡା ମଧ୍ୟ ପଡିବ ବୋଲି ମଧ୍ୟ ପାଣିପାଗ ବିଭାଗ କହିଛି। ପାଣିପାଗ ବିଭାଗ ଦେଇଥିବା ଚେତାବନୀ ଅନୁଯାୟୀ, ଆଗାମୀ ୪-୫ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ କିଛି ଅଞ୍ଚଳରେ ଘନ କୁହୁଡି ମଧ୍ୟ ରହିବ ବୋଲି ସୂଚନା ମିଳିଛି। ପାହାଡ ଅଞ୍ଚଳରେ ବରଫପାତର ମଧ୍ୟ ସମ୍ଭାବନା ରହିଛି। ଫଳରେ ଲୋକଙ୍କ ସମସ୍ୟା ବଢିପାରେ।

ପାଣିପାଗ ବିଭାଗ(IMD) ଅନୁସାରେ ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସ ଯୋଗୁଁ ବର୍ଷା ହେବ । ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସର ପ୍ରଭାବ ୧୩ ଡିସେମ୍ବରରେ ପଶ୍ଚିମ ହିମାଳୟ ଅଞ୍ଚଳରେ ନଜର ଆସିବ । ଏହି କାରଣରୁ ବର୍ଷା ଓ ବରଫପାତ ହୋଇପାରେ । ଜମ୍ମୁ-କଶ୍ମୀର, ଲଦାଖ୍, ଗିଲଗିଟ-ବାଲ୍ଟିଷ୍ଟାନ୍, ମୁଜଫରାବାଦ ଓ ହିମାଚଳ ପ୍ରଦେଶରେ ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସର ପ୍ରଭାବ ୧୩ରୁ ୧୫ ଡିସେମ୍ବର ମଧ୍ୟ ଦେଖିବାକୁ ମିଳିବ ।

ଏହା ବ୍ୟତୀତ ଦକ୍ଷିଣ ଭାରତରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିପାରେ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆନ୍ଧ୍ର ପ୍ରଦେଶ, ରାୟଲସୀମା, ସାଉଥ କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ଆଗାମୀ ୪-୫ ଦିନରେ ବର୍ଷା ହେବ । ପାଣିପାଗ ବିଭାଗ ଏଥିପାଇଁ ଆଲର୍ଟ ଜାରି କରିଛି ।

ଦକ୍ଷିଣ କାଶ୍ମୀରର ପହଲଗାମର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ସେଲସିଅସ ତଳେ ରହିଥିବା ବେଳେ ଉତ୍ତର କାଶ୍ମୀରର କୁପଓ୍ଵାଡାରେ ସର୍ବନିମ୍ନ ଶୂନରୁ ୪.୩ ଡିଗ୍ରୀ ସେଲସିଅସ ତଳେ ରହିଛି। ଉତ୍ତର କାଶ୍ମୀର ବାରମୁଲା ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ଶୂନ ୫.୫ ଡିଗ୍ରୀ ସେଲସିଅସ ତଳେ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.