ଯୋଗୀ ରାଜ୍ୟରେ ଅସୁରକ୍ଷିତ ମହିଳା : ପୀଡିତାଙ୍କୁ ଘୋଷାଡ଼ି ଘୋଷାଡ଼ି ଜଙ୍ଗଲ ଭିତରକୁ ନେଲେ ତିନି ଯୁବକ

unnaoଉତ୍ତରପ୍ରଦେଶ : ଯୋଗୀ ରାଜ୍ୟରେ ଅସୁରକ୍ଷିତ ମହିଳା । ଉତ୍ତରପ୍ରଦେଶର ଉନ୍ନାଓରେ ପୁଣି ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି । ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଲଜ୍ଜାଜନକ ଓ ଚାଞ୍ଚଲ୍ୟକର ଭିଡିଓ । ଜଣେ ମହିଳାଙ୍କୁ ଜଙ୍ଗଲ ଭିତରକୁ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି ତିନି ଜଣ ଯୁବକ । ମହିଳା ଯେତେ କାକୁତି ମିନତି ହେଲେ ବି ତାଙ୍କ ଆକୁଳ ଗୁହାରି କେହି ଶୁଣୁ ନାହାନ୍ତି । ନିର୍ଦ୍ଦୟ ଭାବରେ ତିନି ଜଣ ଯୁବକ ଟାଣି ଟାଣି ନେଇ ଯାଉଛନ୍ତି । ହାତ ଯୋଡି ତାଙ୍କୁ ଛାଡି ଦେବାକୁ ବି ଅନୁରୋଧ କରୁଛନ୍ତି ମହିଳା । ବରଂ ଅଭିଯୁକ୍ତମାନେ ତାଙ୍କର ଭିଡିଓ ସୁଟିଂ କରିଥିଲେ । ପରେ ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଛନ୍ତି ।

ଏହି ଘଟଣା ଜଣା ପଡ଼ିବା ପରେ ତଦନ୍ତ ପୋଲିସ ଆରମ୍ଭ କରିଛି । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମହିଳାଙ୍କ ପାଇଁ ବିଶ୍ୱରେ ସବୁଠୁ ବିପଦପୂର୍ଣ୍ଣ ଦେଶ ଭାରତ । ନିକଟରେ ରଏଟର୍ସର ସଂସ୍ଥାର ଚଳିତ ବର୍ଷର ସର୍ଭେରୁ ଏହା ଜଣା ପଡିଛି । ଦୁଷ୍କର୍ମ ଭଳି ଯୌନ ନିର୍ଯାତନା, ସାମାଜିକ ପ୍ରଥା ଓ ମାନବଚାଲାଣ କ୍ଷେତ୍ରରେ ବିଶ୍ୱରେ ଭାରତୀୟ ମହିଳାଙ୍କ ସ୍ଥିତି ସବୁଠାରୁ ଅଧିକ ଦୟନୀୟ। ଏଭଳି ସ୍ଥିତିରେ ପୁଣି ଏହି ଘଟଣା ମହିଳା ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.