ଆୟକର ବିଭାଗର ଆଲର୍ଟ : କରଦାତାଙ୍କୁ ଆସିଥିବା ନୋଟିସର ଜବାବ ୩୧ ମାର୍ଚ୍ଚ ସୁଦ୍ଧା ଦିଅ, ନଚେତ ନିଆଯିବ କାର୍ଯ୍ୟାନୁଷ୍ଠାନ

ଆୟକର ବିଭାଗ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଟ୍ୟାକ୍ସ ଫାଇଲ୍‌ କରିବା ପାଇଁ କିଛି ଟ୍ୟାକ୍ସପେୟରଙ୍କୁ ନୋଟିସ ପଠାଇଛି। ଯଦି ଆପଣଙ୍କ ପାଖକୁ ମଧ୍ୟ ଇନକମ୍‌ ଟ୍ୟାକ୍ସ ବିଭାଗ ତରଫରୁ ଯାଞ୍ଚ୍‌ ପାଇଁ କୌଣସି ନୋଟିସ ଆସିଥାଏ ତାହେଲେ ଟେନସନ୍‌ ହେବା ବଦଳରେ ନୋଟିସର ଜବାବ ଦିଅନ୍ତୁ।

ଇନକମ୍‌ ଟ୍ୟାକ୍ସ ବିଭାଗ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ବିଭାଗ ଅପିଲ କରି କହିଛି ଯେ, ଯେଉଁ ଟ୍ୟାକ୍ସପେୟରଙ୍କ ପାଖରେ ନୋଟିସ ଆସିଛି ସେମାନେ ୨୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହାର ଜବାବ ନିଶ୍ଚୟ ଦିଅନ୍ତୁ।

ଇନକମ୍‌ ଟ୍ୟାକ୍ସ ବିଭାଗ ବୁଧବାର ଦିନ ଟ୍ଵିଟ କରି ନୋଟିସ ପାଇଥିବା ଟ୍ୟାକ୍ସପେୟରଙ୍କୁ ଜଣାଇଛି ଯେ ନୋଟିସ ପାଇଥିବା ଟ୍ୟାକ୍ସପେୟର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ମଗା ଯାଇଥିବା ବିବରଣୀର ଜବାବ ରଖନ୍ତୁ। ଏହାସହିତ ଆୟକର ବିଭାଗ ସ୍ପଷ୍ଟ କରି ଜଣାଇଛି ଯେ ନୋଟିସର ଜବାବ ନଦେଲେ ଆବଶ୍ୟକ ବିବରଣୀ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


ଜବାବ ନଦେଲେ କରାଯାଇପାରେ ବଡ କାର୍ଯ୍ୟାନୁଷ୍ଠାନ – ଆୟକର ଅଧିନିୟମ ଧାରା ୧୪୪ ଅନୁଯାୟୀ ଟ୍ୟାକ୍ସ ଅଧିକାରୀ ମୋଟ ଇନକମ କିମ୍ବା କ୍ଷତିର ଆକଳନ କରିପାରିବେ ଏବଂ ଏହି ଆଧାରରେ ନିଜର ନିଷ୍ପତି ଦେଇ ଟ୍ୟାକ୍ସପେୟର୍ସଙ୍କ ଟ୍ୟାକ୍ସ ପେମେଣ୍ଟକୁ ଧାର୍ଯ୍ୟ କରିପାରିବେ। ଏପରି ସ୍ଥିତିରେ ଆପଣଙ୍କୁ ନିର୍ଦ୍ଧାରିତ ଟ୍ୟାକ୍ସରୁ ଅଧିକ ଟ୍ୟାକ୍ସ ଦେବାକୁ ପଡିପାରେ।

ଆୟକର ବିଭାଗ ଇମେଲ ଜରିଆରେ କରିପାରିବେ ଅଭିଯୋଗ – ଇନକମ୍‌ ଟ୍ୟାକ୍ସ ବିଭାଗ ଟ୍ୟାକ୍ସପେୟରଙ୍କ ସୁବିଧା ପାଇଁ ଦୁଇଟି ଇମେଲ ଆଇଡି ମଧ୍ୟ ଜାରି କରିଛି। ଏହି ମେଲ ଆଇଡିରେ କୌଣସି ପ୍ରକାର ସମସ୍ୟା କିମ୍ବା ଅଭିଯୋଗ ନିବାରଣ ପାଇଁ ଇମେଲ କରିପାରିବେ। ଏହି ଇମେଲ ଆଇଡି ଏହି ପ୍ରକାର ରହିଥିବ ଯଥା [email protected] ଏବଂ [email protected]. ।

ଏହାସହ ପଢ଼ନ୍ତୁ : ଆଧାରରେ ଏପରି ଅପଡେଟ କରାନ୍ତୁ ଫୋନ୍‌ ନମ୍ବର, ସରକାରୀ ସ୍କିମର ମିଳିବ ଲାଭ

Leave A Reply

Your email address will not be published.