ଜୟଲଳିତାଙ୍କ ସହଯୋଗୀ ବି.କେ ଶଶିକଳାଙ୍କ ୧୬୦୦ କୋଟିର ସମ୍ପତ୍ତି ଜବତ କଲା ଆୟକର ବିଭାଗ

ଆୟକର ବିଭାଗ ପୂର୍ବତନ ଏଆଇଡିଏମକେ ନେତା ତଥା ତାମିଲ ନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ବି କେ ଶଶିକଳାଙ୍କ ୧୬୦୦ କୋଟିର ବେନାମୀ ସମ୍ପତ୍ତିକୁ ଜବତ କରିଛି । ଅଧିକାରୀଙ୍କ ତରଫରୁ ସ୍ପଷ୍ଟ କରାଯାଇଛିଯେ ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିମୁଦ୍ରିକାରଣ ଘୋଷଣା ହେବା ପରେ ଶଶିକଳା ଚେନ୍ନାଇ, ପୁଡୁଚେରୀ, କୋଏମ୍ବାଟୁର ଭଳି ବିଭିନ୍ନ ସ୍ଥାନ ମାନଙ୍କରେ ବହୁ ସମ୍ପତ୍ତି କିଣିଥିଲେ । ସୂତ୍ରରୁ ପ୍ରକାଶକି ନୋଟବନ୍ଦୀ ସମୟରେ ଶଶିକଳା କାଳ୍ପନିକ ନାଁରେ ପ୍ରାୟ ୧୫୦୦ କୋଟି ଟଙ୍କାର ସମ୍ପତ୍ତି କିଣିଥିଲେ । ୨୦୧୭ ମସିହାରେ ଆୟକର ବିଭାଗ ‘ଅପରେସନ କ୍ଲିନ’ ନାମରେ ବିଭିନ୍ନ ଠିକଣା ଗୁଡିକରେ ଚଢ଼ାଉ କରିଥିଲେ । ଏହି ସମୟରେ ହିଁ ଏହି ବେନାମୀ ସମ୍ପତ୍ତି ଗୁଡିକ ବିଷୟରେ ଜଣା ପଡିଥିଲା । ଅଧିକାରୀ ମାନେ ଏ ନେଇ ଶଶିକଳାଙ୍କୁ ପଚରାଉଚରା ମଧ୍ୟ କରିଥିଲେ । ଜୟ ଲଳିତାଙ୍କ ମୃତ୍ୟୁ ପରେ ଶଶିକଳା କିଛି ଦିନ ପାଇଁ ଏଆଇଡିଏମକେ ପାର୍ଟିର ନେତୃତ୍ୱ ନେଇଥିଲେ । କିନ୍ତୁ ପରେ ପଲାନିସ୍ଵାମୀ ନେତୃତ୍ୱଧୀନ ସରକାର ତାଙ୍କୁ ପାର୍ଟିରୁ ବହିଷ୍କାର କରିଥିଲେ । କିନ୍ତୁ ବର୍ତ୍ତମାନ ଶଶିକଳାଙ୍କ ସହ ତାଙ୍କ ପରିବାର ସଦସ୍ୟ ଇଲାଭରସି ଓ ସୁଧାକରଣ ମଧ୍ୟ ଦୁର୍ନୀତି ଅଭିଯୋଗରେ ୪ ବର୍ଷର କାରାଦଣ୍ଡ ଭୋଗୁଛନ୍ତି ।

Leave A Reply

Your email address will not be published.