୧୬ ଘଣ୍ଟା ଧରି ଚାଲିଲା ଭାରତ-ଚୀନ ମଧ୍ୟରେ ଆଲୋଚନା, ଜାଣନ୍ତୁ କଣ କଣ ସବୁ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ : ୧୬ ଘଣ୍ଟା ଧରି ଚାଲିଲା ଦଶମ ପର୍ଯ୍ୟାୟ ଭାରତ-ଚୀନ୍ କମାଣ୍ଡରସ୍ତରୀୟ ଆଲୋଚନା। ଏହି ବୈଠକ ଶନିବାର ସକାଳ ୧୦ଟା ସମୟରୁ ଆରମ୍ଭ ହୋଇଥିଲା ଏବଂ ରାତି ୨ଟାରେ ସରିଲା। ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗସ୍‌, ଗୋଗରା ହାଇଟ୍‌ସ ଏବଂ ଡେପସାଙ୍ଗ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର କରିବା ବୃଦ୍ଧି କରାଯିବା ପାଇଁ ଆଲୋଚନା ହୋଇଥିଲା । ପଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ଭାରତୀୟ ଏବଂ ଚୀନ୍ ସୈନ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ହଟାଇବା ପ୍ରକ୍ରିୟାର ଦୁଇ ଦିନ ପରେ କର୍ପସ କମାଣ୍ଡର ସ୍ତରର ଦଶମ ରାଉଣ୍ଡ ଆଲୋଚନା ହୋଇଥିଲା।

Leave A Reply

Your email address will not be published.