ସୀମାରୁ ସୈନ୍ୟ ପ୍ରତ୍ୟାହାର କଲେ ଭାରତ-ଚୀନ, ପଛକୁ ହଟିଲା ଟ୍ୟାଙ୍କ୍‌

ନୂଆଦିଲ୍ଲୀ :  ଦୀର୍ଘ ମାସ ପରେ ଭାରତ-ଚୀନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି । ଆଗାମୀ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ନିକଟରେ ଭାରତ-ଚୀନ ମଧ୍ୟରେ ହୋଇଥିବା ୯ମ କମାଣ୍ଡରସ୍ତରୀୟ ବୈଠକରେ ସୀମା ବିବାଦ ଓ ସେନା ପ୍ରତ୍ୟାହାର ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ପାରି ନଥିଲା ।

ଫଳରେ ଉତ୍ତେଜନା ଆହୁରି ବଢ଼ିବ ବୋଲି ଆଶା କରାଯାଉଥିଲା । ଚୀନ ରାଷ୍ଟ୍ରପତି ମଧ୍ୟ ତାଙ୍କର ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଭାରତ-ଚୀନ୍‌ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଭାରତ ତା’ର ଟ୍ୟାଙ୍କ୍‌ ଆଦି ଯୁଦ୍ଧାସ୍ତ୍ର ନିଓମା ଆଡ଼କୁ ଫେରାଇ ନେଇଥିବା ବେଳେ ଚୀନ୍‌ ତା’ର ଟ୍ୟାଙ୍କ୍‌ ସିରିଜାପ୍‌ ଏବଂ ମଲୋଡୋ ନିକଟକୁ ଫେରାଇ ନେଇଛନ୍ତି ।

ପରେ ଦୁଇ ଦେଶ ସେନା ପ୍ରତ୍ୟାହାର ନେଇ ଏକମତ ହେବା ସହ ସୀମାରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି । ତେବେ ବାସ୍ତବ ନିୟନ୍ତଣ ରେଖା ନିକଟରେ ଚୀନ ଏବେ ବି ଅସ୍ତ୍ର ସହ ସେନା ଠୁଳ କରି ରଖିଥିବା ଜଣାଯାଇଛି । ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ପାଟ୍ରୋଲିଂ ପଏଣ୍ଟ ୧୫ ଓ ପାଟ୍ରୋଲିଂ ପଏଣ୍ଟ ୧୭ ଉପରେ ଆଲୋଚନା ଆରମ୍ଭ ହେବ ବୋଲି ଜଣାଯାଇଛି । ଏ ସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.