ଚୀନ୍‌ର ପୁଣି ଆରମ୍ଭ ହେଲା ବଦମାସୀ, ଭାରତ ସୀମାରେ ଗଠନ କରୁଛି ନୂଆ ଗାଁ

ଭାରତ ଓ ଚୀନ ମଧ୍ୟର ତିକ୍ତତା ପୁଣି ଥରେ ବଢି଼ବା ନେଇ ଆଶଙ୍କା ରହିଛି । ଦୁଇ ଦେଶ ସୀମାରେ ଏକ ଗାଁ ଗଠନ କରିଛି ଚୀନ । ମିଳିଥିବା ସୂଚନା ଅନୁଯାୟୀ, ସିକିମସ୍ଥିତ ଭାରତୀୟ ସୀମା ନିକଟବର୍ତ୍ତୀ ଅଂଚଳରେ ଚୀନ ପକ୍ଷରୁ କେତେକ ଗାଁ ଗଠନ କରାଯାଇଛି । ଏହି ଗାଁ ଭୂଟାନ ଦେଶ ସୀମାର ଦୁଇ କିଲୋମିଟର ଭିତରକୁ ବ୍ୟାପୀ ଥିବା ବେଳେ ଡୋକଲାମ ପଏଣ୍ଟ ଠାରୁ ମାତ୍ର ୯ କିମି ଦୂରରେ ଅବସ୍ଥିତ । ଚୀନର ଜଣେ ସାମ୍ବାଦିକ ଗୁରୁବାର ସକାଳେ ନିଜ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଏକ ଗାଁର ଫଟୋ ସ୍ପଷ୍ଟ ଭାବରେ ନଜର ଆସିଥିଲା । ସେ ଏହାକୁ ସେୟାର କରିବା ସହ ଏହା ମଧ୍ୟ ଲେଖିଥଲେ କି ଏହି ଗାଁଟି ଡୋକଲାମ ଅଂଚଳ ଅଧୀନରେ ଆସୁଛି ।

ଆଉ ଏହି ଗାଁର ନାଁ “ପଙ୍ଗଡ଼ା” ରଖାଯାଇଛି । ଏହି “ପଙ୍ଗଡ଼ା” ଗାଁର ସମ୍ପୂର୍ଣ୍ଣ ନକ୍ସା ସେୟାର କରିଥିଲେ ସାମ୍ବାଦିକ ଜଣଙ୍କ । କହି ରଖିବା ଉଚିତ ହେବକି, ଏହି ସ୍ଥାନରେ ୨୦୧୭ ମସିହାରେ ଭାରତ-ଚୀନ ଉଭୟ ପକ୍ଷର ସେନା ମୁହାଁମୁହିଁ ହୋଇଥିଲେ । ଦୁଇ ଦେଶ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ଭୁଟାନ ନିଜ ପକ୍ଷ ରଖି କହିଛିକି, ଭୂଟାନ ଗାଁ ପ୍ରତିଷ୍ଠା ନେଇ ଚୀନକୁ କୌଣସି ଅନୁମତି ଦେଇନାହିଁ କି ଚୀନ ପକ୍ଷରୁ ଏମିତି କିଛି ବି ପଦକ୍ଷେପ ନିଆଯାଇନାହିଁ ।

ଏହି ମାମଲାରେ ଓପନ ଇଣ୍ଟେଲିଜେନ୍ସ ସୋର୍ସ ଡେଟ୍ରାସ୍ଫଆ ତରଫରୁ ମଧ୍ୟ ଏକ ଫଟୋ ସେୟାର କରାଯାଇଛି । ଆଉ ଏଥିରେ ଦର୍ଶାଯାଇଛି କି, ଏହି ପଙ୍ଗଡା ଗାଁ କିଛି ଦିନ ପୂର୍ବରୁ ହିଁ ଗଠନ କରାଯାଇଛି । ଆଉ ମିଡିୟା ରିପୋର୍ଟସରେ ଏହା ମଧ୍ୟ ଦାବି କରାଯାଇଛି, ୨୦୧୯ ମସିହାରେ ହିଁ ଚୀନ ପକ୍ଷରୁ ନିର୍ମାଣ କାମ ଆରମ୍ଭ କରାଯାଇଥିଲା । ଡୋକଲାମ ନିକଟରେ ଚୀନ ପକ୍ଷରୁ ଗାଁ ଗଠନ ନେଇ ଜଣାପଡିବା ପରେ ଭାରତ ପକ୍ଷରୁ ଏହାକୁ ଗମ୍ଭୀରତାର ସହ ନିଆଯାଇଛି । ଆବଶ୍ୟକ ହେଲେ ଉଚିତ ପଦକ୍ଷେପ ନିଆଯିବ ବୋଲି ଭାରତ କହିଛି । ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ପୂର୍ଣ୍ଣ ସ୍ଥିତି ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.