ଭାରତର ଆତଙ୍କବାଦୀ ନିପାତ ଷ୍ଟ୍ରାଟେଜି, ପିଓକେରେ ଭାରତ କଲା ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ଆରମ୍ଭ କରିଛି ତା’ର ଷ୍ଟ୍ରାଟେଜି । ଭାରତୀୟ ସେନା ପାକ୍‌ କବ୍ଗାରେ ଥିବା କଶ୍ମୀର ଲଞ୍ଚିଂ ପ୍ୟାଡ୍‌ରେ ଆରମ୍ଭ କରିଛି ଏୟାର ଷ୍ଟ୍ରାଇକ୍‌  । ଭାରତରେ ଆତଙ୍କବାଦୀ ପ୍ରବେଶ କରାଇ ଅସ୍ଥିରତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାକିସ୍ତାନ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ପାକିସ୍ତାନ ହୀନ ଉଦ୍ୟମ ଜାରି କରିଛି । ସେଠାରେ ଅଶାନ୍ତି ପ୍ରସାର କରିବା ସହ ଆତଙ୍କବାଦୀଙ୍କୁ ସମର୍ଥନ କରାଇବାରେ ଅପଚେଷ୍ଟା ଚଳାଇଛି ।

pok-0

ପିଓକେରେ ଆତଙ୍କବାଦୀମାନେ ରୁଣ୍ଡ ହୋଇ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବା ଖବର ପାଇବା ପରେ ଭାରତୀୟ ସେନା ପାକ୍‌ କବ୍ଗାରେ ଥିବା କଶ୍ମୀର ଲଞ୍ଚିଂ ପ୍ୟାଡ୍‌ରେ ଏୟାର ଷ୍ଟ୍ରାଇକ୍‌ ଆରମ୍ଭ କରିଛି । ଏଥିରେବହୁ ଆତଙ୍କବାଦୀ ନିହତ ହୋଇଥିବା ଏକ ଖବର ସରବରାହ ସଂସ୍ଥା ସୂତ୍ରରୁ ଜଣାପଡ଼ିଛି ।

ଭାରତୀୟ ସେନା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟାଇକ୍‌ କରିବା ସହ ପିଓକେରେ ସନ୍ଧିଗ୍ଧ ଆତଙ୍କବାଦୀଙ୍କୁ ଖୋଜିବା ଜାରି ରଖିଛି । ଆତଙ୍କୀ ନିପାତ କରିବାରେ ଭାରତର ପିଓକେରେ ଏହା ୩ୟ ବଡ଼ ଏୟାର ଷ୍ଟ୍ରାଇକ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.