ଛିଡ଼ୁଛି ସୀମା ବିବାଦ, ଧୀରେ ଧୀରେ ପଛକୁ ଫେରୁଛନ୍ତି ଭାରତ ଓ ଚୀନ ସୈନ୍ୟ

ପ୍ରାୟ ମାସେ ଧରି ଲାଗି ରହିଥିବା ସୀମା ବିବାଦରେ କିଛିଟା ପରିବର୍ତ୍ତନ ଆସିଛି ।  ଭାରତ ଓ ଚୀନ ଉଭୟ ପକ୍ଷର ସୈନ୍ୟ କିଛି ସ୍ଥାନରେ ପଛକୁ ହଟି ଯାଇଛନ୍ତି ।  ସୂଚନା ମୁତାବକ ଚୀନ ପକ୍ଷର ସୈନ୍ୟ ତିନୋଟି ସ୍ଥାନରେ ପଛକୁ ହଟିଥିବା ବେଳେ ଭାରତୀୟ ସୈନିକ ବି ନିଜ ତରଫରୁ ତିନୋଟି ସ୍ଥାନରେ ପଛକୁ ହଟି ଯାଇଛନ୍ତି ।  କହିରଖିବା ଉଚିତ ହେବକି, ଆଜି ଦୁଇ ଦେଶର ମେଜର ଜେନେରାଲଙ୍କ ଭିତରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ନେଇ ନିର୍ଦ୍ଧାରିତ ହୋଇଥିଲା ।  ମିଳିଥିବା ଖବର ଅନୁଯାୟୀ ସିମାବର୍ତ୍ତୀ ଅଞ୍ଚଳ ଯେମିତିକି ଗଲବାଁ ଘାଟି, ପିଓଗ୍ୟାଙ୍ଗତସୋ, ଡେମ ଚୋକ ସମେତ ଦୌଲତ ବ୍ୟାଗ ଅଂଚଳ ମାନଙ୍କରେ ଏବେବି ଦୁଇ ଦେଶର ସେନା ଅଡ଼ି ବସିଛନ୍ତି ।  ମଙ୍ଗଳବାର ହଟସ୍ପ୍ରିଙ୍ଗ ଅଞ୍ଚଳ ଗୁଡିକର ବିଭିନ୍ନ ପେଟ୍ରୋଲିଙ୍ଗ ପଏଣ୍ଟ ଗୁଡିକରେ ଦୁଇ ଦେଶର ସେନା କିଛିଟା ପଛକୁ ହଟି ଯାଇଛନ୍ତି ।

indo- china

ଏମିତିକି ଦୁଇ ପକ୍ଷର କିଛି ଅସ୍ଥାୟୀ ନିର୍ମାଣାଧୀନ କାମ ସମେତ ସୈନ୍ୟ ବାହିନୀ ଗୁଡିକୁ ମଧ୍ୟ ହଟାଇ ଦିଆଯାଇଛି ।  ପ୍ରାୟ ଗୋଟେ ମାସ ହେବ ଲାଗିରହିଥିବା ସୀମା ବିବାଦକୁ ବନ୍ଦ କରିବା ପାଇଁ ହିଁ ଦୁଇ ଦେଶ ପକ୍ଷର ସେନା ଅଧିକାରୀଙ୍କ ଭିତରେ ପ୍ରୟାସ ଜାରି ରହିଛି ।  ଦୁଇ ଦେଶର ବାଟାଲିୟନ କମାଣ୍ଡର ମାନେ ବି ହଟଲାଇନ ସ୍ତରରେ କଥାବାର୍ତ୍ତା ଜାରି ରଖିଛନ୍ତି ।  ଜଣେ ସୈନ୍ୟ ଅଧିକାରୀ କହିଛନ୍ତିକି, ନିଶ୍ଚିତ ରୂପେ ଏହା ଏକ ସକାରାତ୍ମକ ପ୍ରଗତି ।  କିନ୍ତୁ ଏବାବଦରେ ଭାରତ ଓ ଚୀନ ପକ୍ଷରୁ କୌଣସି ଆଧିକାରିକ ସୂଚନା ଜାରି କରାଯାଇ ନାହିଁ ।  କହିରଖିବା ଉଚିତ ହେବକି, ଚଳିତ ମାସ ୬ ତାରିଖରେ ସୈନ୍ୟ କମାଣ୍ଡର ମାନେ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ସୈନିକ ମାନଙ୍କୁ ପଛକୁ ହଟାଇବା ପାଇଁ ରାଜି ହୋଇଥିଲେ ।

indo -china

କହିରଖିବା ଉଚିତ ହେବକି, ଦୁଇ ଦେଶର ସୈନିକ ମାନଙ୍କ ଭିତରେ ଗତ ମେ ୫ ତାରିଖରେ ଲଦାଖର ପୂର୍ବବର୍ତ୍ତୀ ଅଞ୍ଚଳରେ ହିଂସାତ୍ମକ ଘଟଣା ଘଟିଥିଲା । ସେବେଠାରୁ ହିଁ ଉଭୟ ପକ୍ଷରୁ ସୀମାବର୍ତ୍ତୀ ଅଂଚଳ ଗୁଡିକରେ ବିବାଦ ଲାଗି ରହିଛି । ଏଭିତରେ ଦୁଇ ରୁ ତିନି ଥର ଉଭୟ ପକ୍ଷର ସୈନ୍ୟ ହାତାହାତି ମଧ୍ୟ ହୋଇଛନ୍ତି ।  ଭାରତ ଓ ଚୀନ ଭିତରେ ଥିବା ୩୪୮୮ କିଲୋମିଟର ଲମ୍ବ ଦୂରତାର ନିୟନ୍ତ୍ରଣ ରେଖା (ଏଲଏସି)କୁ କୁହାଯାଏ । ଦୁଇ ଦେଶର ଏହି ବିବାଦକୁ କମ କରିବା ପାଇଁ ସୈନ୍ୟ ମାନଙ୍କ ଭିତରେ କୂଟନୀତିକ ସ୍ତରରେ କଥାବାର୍ତ୍ତା ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.