ଯୋଧପୁରର ସାଇମା ଦେଶର ପ୍ରଥମ ମହିଳା ହର୍ସ ରାଇଡର, ୮୦ କି.ମି ଇଭେଣ୍ଟରେ ଜିତିଲେ ପଦକ

ଯୋଧପୁର : ରାଜସ୍ଥାନ ଯୋଧପୁରର ଝିଅ ସାଇମା ସୟଦ୍‌ ଦେଶରେ ଏକ ନୂଆ ଇତିହାସ ରଚିଛନ୍ତି । ସାଇମା ଦେଶର ପ୍ରଥମ ଏମିତି ମହିଳା ହର୍ସ ରାଇଡର ଯେକି ଏମିତି ସମ୍ମାନ ପାଇଛନ୍ତି । ସାଇନା ଗୁଜୁରାଟ୍‌ ଇକ୍ୱେଷ୍ଟୀୟନ ଫେଡରେଶନ୍‌ ଅଫ୍‌ ଇଣ୍ଡିଆ ଏବଂ ଅଲ୍‌ ଇଣ୍ଡିଆ ମାରଓ୍ଵାଡି ହର୍ସ ସୋସାଇଟି ର ତତ୍ତ୍ୱାବଧାନରେ ୧୭ ଏବଂ ୧୮ ଫେବ୍ରୁଆରୀରେ ସେ ଅହମ୍ମଦାବାଦ ଠାରେ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

saima
photo credit: aajtak.in

ଏଥିରେ ୮୦ କି.ମି ଇଭେଣ୍ଟରେ ଦେଶର ବହୁ ଦକ୍ଷ ହର୍ସ ରାଇଡରଙ୍କ ମଧ୍ୟରେ ଭାଗ ନେଇ ସେ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ସାଇମା ୪୦, ୬୦ ଓ ୮୦ କିଲୋମିଟର ପ୍ରତିଯୋଗିତାରେ ମଧ୍ୟ ପଦକ ପାଇଥିଲେ । ସବୁଠାରୁ ବଡ଼ କଥା ଯେ ସେ ପୁରୁଷମାନଙ୍କ ସହ ମଧ୍ୟ ପ୍ରତିଯୋଗିତା କରୁଥିଲେ । କାରଣ ହର୍ସ ରାଇଡିଂରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଅଲଗା ପ୍ରତିଯୋଗିତା ହୋଇନଥାଏ । ସାଇମା ଅଧିକାଂଶ ସମୟ ନିଜର ପ୍ରିୟ ଆରାବଳୀ ଘୋଡ଼ା ସହିତ ପ୍ରତିଯୋଗିତା କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.