ଆମେରିକା ଏବଂ ବ୍ରିଟେନ ପରି ଦେଶକୁ ମହିଳା ପାଇଲଟ୍ ଗଢିବାରେ ମାତ୍ ଦେଇଛି ଭାରତ, ଭାରତରେ ଅଛନ୍ତି ଅଧିକ ମହିଳା ପାଇଲଟ୍

ଯେତେବେଳେ ଜେଣ୍ଡର ଇୱାଲିଟି କଥା ଆସେ, ସେତେବେଳେ ସବୁବେଳେ ପୁରୁଷଙ୍କ କଥା ଅଧିକ ଉଠେ। ପୁଣି ଖାସ କରି ଭାରତ ପରି ଦେଶରେ ପୁରୁଷଙ୍କୁ ଅଧିକ ଗୁରୁତ୍ବ ଦିଆଯିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ପୁରୁଷ ସବୁ କାମରେ ଆଗରେ ରହିଥାନ୍ତି ବୋଲି ମଧ୍ୟ ସବୁ ବେଳେ କୁହାଯାଏ। କିନ୍ତୁ ଏହା କେବଳ ନିଜ ମନର ଚିନ୍ତା ଧାରା। କେବଳ ପୁରୁଷ ନୁହେଁ ନାରୀଙ୍କୁ ମଧ୍ୟ ସମାନ ଭାବେ ଅଧିକାର ଓ ଶିକ୍ଷା ମିଳିଲେ ସେମାନେ ମଧ୍ୟ ଅନେକ କିଛି କରି ଦେଖାନ୍ତି। ଯାହାକି ଏବେ ପ୍ରମାଣିତ ହୋଇଛି। କାରଣ ସାରା ବିଶ୍ୱରେ ଏବେ ଅଧିକ ମହିଳା ପାଇଲଟ୍ ଅଛନ୍ତି ଭାରତରୁ। ଯାହାକି ଏକ ଗର୍ବର ବିଷୟ।

ତେବେ ବିଶ୍ୱର ସର୍ବ ବୃହତ ବିମାନ ଚଳାଚଳ ବଜାର ନ ହୋଇପାରେ, କିନ୍ତୁ ଏହି ଶିଳ୍ପରେ ଲିଙ୍ଗ ଗତ ପାର୍ଥକ୍ୟକୁ ହ୍ରାସ କରିବାରେ ସଫଳ ହୋଇଛି ଭାରତ। ଯେଉଁଥିରେ ସମସ୍ତ ପାଇଲଟଙ୍କ ମଧ୍ୟରୁ ୧୨.୪ ପ୍ରତିଶତରୁ ଅଧିକ ମହିଳା ଅଛନ୍ତି। ଏହି ଅନୁପାତ ଆମେରିକାରେ ୫.୫ ପ୍ରତିଶତ। ଇଣ୍ଟରନ୍ୟାସନାଲ ସୋସାଇଟି ଅଫ୍ ଓମେନ୍ ଏୟାରଲାଇନ୍ସ ପାଇଲଟ ଆକଳନ ଅନୁଯାୟୀ ବ୍ରିଟେନରେ ମହିଳା ପାଇଲଟଙ୍କ ସଂଖ୍ୟା ୪.୭ ପ୍ରତିଶତ। ତେବେ ଭାରତରେ ହିଁ ଅଧିକ ଅଛନ୍ତି ମହିଳା ପାଇଲଟ୍। ଭାରତ ଏମିତି ଏକ ଦେଶ ଯାହାକି ସୃଷ୍ଟି କରିଛି ଅଧିକ ମହିଳା ପାଇଲଟ୍।

କରୋନାଭାଇରସ୍ ମହାମାରୀ ଦ୍ଵାରା ବ୍ୟାଘାତ ହେତୁ ଅନେକ ଏୟାରଲାଇନ୍ସ କର୍ମଚାରୀମାନେ ସଙ୍କଟ ଦେଇ ଗତି କରୁଛନ୍ତି। କିନ୍ତୁ ଏହାରି ମଧ୍ୟରେ ଅଧିକ ମହିଳା ନିଯୁକ୍ତି ମଧ୍ୟ ବଢ଼ିଛି। ଯାହାକି ବର୍ତ୍ତମାନ ଜଣାପଡ଼ିଛି। ଏପରିକି ଅନେକ ଅଧ୍ୟୟନ ଦର୍ଶାଇଛି ଯେ ମହିଳା ପାଇଲଟମାନେ ଅଧିକ ସୁରକ୍ଷା ପାଇଁ ସତର୍କ ରୁହନ୍ତି। ଏପରିକି ବିଭିନ୍ନ ପ୍ରକାରର ଟ୍ରେନିଂ ମଧ୍ୟ ନିଅନ୍ତି ସେମାନେ।

ନ୍ୟାସନାଲ କ୍ୟାଡେଟ୍ କର୍ପସର ଏୟାର ୱିଙ୍ଗ ନାମକ ଏକ ଯୁବ କାର୍ଯ୍ୟକ୍ରମ ୧୯୪୮ ଅନୁଷ୍ଠିତ ହୋଇଥିଲା। ଯାହା ଛାତ୍ରମାନଙ୍କୁ ମାଇକ୍ରୋଲାଇଟ୍ ବିମାନ ଉଡ଼ାଇବା ପାଇଁ ତାଲିମ ଦେଇଥାଏ, ଅନେକ ଭାରତୀୟ ମହିଳାଙ୍କୁ ବିମାନ ଚଳାଚଳ ପାଇଁ ଆକର୍ଷିତ କରକରିଥିଲା ଏହି କାର୍ଯ୍ୟକ୍ରମ। କେତେକ ରାଜ୍ୟ ସରକାର ପାଇଲଟ୍ ତାଲିମ ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି ଏବଂ ହୋଣ୍ଡା ମୋଟର କୋ ଭଳି ସଂଗଠନ ଏକ ଭାରତୀୟ ଉଡ଼ାଣ ବିଦ୍ୟାଳୟରେ ୧୮ ମାସର କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ବୃତ୍ତି ପ୍ରଦାନ କରୁଛନ୍ତି ଏବଂ ମହିଳାମାନଙ୍କ ପାଇଁ ଏହା ଅଧିକ ସୁଲଭ ହେବା ପାଇଁ ସେମାନଙ୍କ ନିଯୁକ୍ତିକୁ ମଧ୍ୟ ସହଜ ହୋଇ ପାରୁଛି।

ଭାରତୀୟ ବାୟୁସେନା ୧୯୯୦ ଦଶକରେ ହେଲିକପ୍ଟର ଏବଂ ପରିବହନ ବିମାନ ପାଇଁ ମହିଳା ପାଇଲଟ ନିଯୁକ୍ତି ଆରମ୍ଭ କରିଥିଲା। ଏହି ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଯୁଦ୍ଧବିମାନ ଭୂମିକା ଗ୍ରହଣ କରିବାକୁ ଅନୁମତି ଦିଆଯାଇଥିଲା। ବିମାନ ଚଳାଚଳ କ୍ଷେତ୍ରରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦେବାରେ ଭାରତର ସଫଳତାର କାହାଣୀ ପଛରେ ଆଉ ଏକ ପ୍ରମୁଖ କାରଣ ହେଉଛି ପ୍ରସାରଣ କାର୍ଯ୍ୟକ୍ରମ। ୨୦୨୦ ରେ ଇଣ୍ଡିଆନ୍ ଏୟାରଲାଇନ୍ସର ମୁଖ୍ୟ ହୋଇଥିବା ହରପ୍ରୀତ ଏ ଦେ ସିଂ ଏବଂ ଅନ୍ୟ ମହିଳାମାନେ ତାଙ୍କ ଆଉଟରିଚ୍ କାର୍ଯ୍ୟକ୍ରମକୁ ପସନ୍ଦ କରିଥିଲେ।

ଏହି ପ୍ରୋଗ୍ରାମଗୁଡିକ କେବଳ ପାଇଲଟ୍ ଭାବରେ ନୁହେଁ ବରଂ ଜଣେ ଟେକ୍ନିସିଆନ୍ ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରକ ଭାବରେ ମଧ୍ୟ ଶିଳ୍ପରେ ଚାକିରି ସୁଯୋଗ ବିଷୟରେ ସଚେତନତା ଅନ୍ତର୍ଭୁକ୍ତ କରେ। ସେ ବିଶ୍ୱାସ କରନ୍ତି ଯେ ଏଭଳି କାର୍ଯ୍ୟକ୍ରମ ମହିଳା ବିମାନ ଶିଳ୍ପରେ ବୃତ୍ତି ବାଛିବାରେ ସହାୟକ ହୋଇଛି ଯେଉଁଠାରେ ସେମାନେ ଜାଣି ନଥିଲେ ଯେ ଏତେ ସଂଖ୍ୟକ ଚାକିରି ଖାଲି ଅଛି ବୋଲି। ତେବେ ବର୍ତ୍ତମାନ ବିମାନ ସେବାରେ ମଧ୍ୟ ମହିଳାଙ୍କ ପାଇଁ ରହିଛି ଅନେକ ବଡ଼ ସୁଯୋଗ। ଖାସ କରି ମହିଳାମାନେ ମଧ୍ୟ ଏହି ସୁଯୋଗର ଲାଭ ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.