ଚୀନ ବିପକ୍ଷରେ ହୋଇପାରେ କିଛି ଷ୍ଟ୍ରଙ୍ଗ୍ ଆକ୍ସନ, ସେନା ହେଲା ସଜବାଜ

କେନ୍ୟୁଜ୍ (ବ୍ୟୁରୋ): ଗଲଓ୍ଵାନ ସଂଘର୍ଷ ପରେ ଲଗାଦାର ଦ୍ୱିତୀୟ ଦିନ ପାଇଁ ସାମରିକ ସ୍ତରୀୟ ଆଲୋଚନା ହୋଇଛି। ଗତକାଲି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନଥିଲା। ଆଜି ପୁଣି ୬ ଘଣ୍ଟାରୁ ଅଧିକ ସମୟ ଧରି ମେଜର ଜେନେରାଲ ସ୍ତରୀୟ ଆଲୋଚନା ହୋଇଛି। ସଂଘର୍ଷ ଘଟିଥିବା ସ୍ଥାନ ଗଲଓ୍ଵାନ ଭାଲିର ପାଟ୍ରୋଲ ପଏଣ୍ଟ ୧୪ରେ ଆଲୋଚନା ହୋଇଛି। ତେବେ ଆଜି ମଧ୍ୟ ନିଷ୍ଫଳ ରହିଛି ଆଲୋଚନା ।

ଚୀନ ସହ ହୋଇପାରେ କିଛି ଷ୍ଟ୍ରଙ୍ଗ୍ ଆକ୍ସନ। ଭାରତୀୟ ସେନା ପକ୍ଷରୁ କିଛି  ଆଭାସ ମିଳୁଛି। କିନ୍ତୁ ଭାରତୀୟ ସେନା କହିଛି ଭାରତୀୟ ସେନା ପକ୍ଷରୁ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ୍ ବା LAC ନିକଟରୁ କୌଣସି ଗାଁକୁ ସ୍ଥାନାନ୍ତର କରାଯାଇ ନାହିଁ । ସୋମବାର ଭାରତ ଏବଂ ଚୀନ୍ ମଧ୍ୟରେ ସାଂଘାତିକ ମୁକାବିଲା ପରେ ସେନା ସୂତ୍ରରୁ ଏହା ପ୍ରକାଶ କରାଯାଇଛି। ସୀମାରେ କେବଳ ମୋବାଇଲ ନେଟୱାର୍କକୁ ଚାଲୁ ରହିଥିବା ବେଳେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଶ୍ରୀନଗର-ଲେହ ରାଜପଥ ଟ୍ରାଫିକ୍ ପାଇଁ ଖୋଲା ରହିଛି।

ଭାରତୀୟ ସେନା  ଏହି ସଂଘର୍ଷ ପରେ ଦଶନ୍ଧି ତଳର ପୁରୁଣା ନିୟମକୁ ସମୀକ୍ଷା କରୁଛି। ନୌସେନା ଏବଂ ବୟୂସେନାକୁ ମଧ୍ୟ LACରେ ଆଲର୍ଟ ରଖାଯାଇଛି।

ମଙ୍ଗଳବାର ରଏଟର୍ସ ଉପଗ୍ରହରୁ ନିଆଯାଇଥିବା ନୂତନ ଫଟୋ ଗୁଡିକ ଦେଖା ଯାଇଛି ଯେ LACରେ ଚାଇନା ତରଫରୁ ଏକ ବଡ ବଡ  ନିର୍ମାଣ କରାଯାଇଛି। ସୂତ୍ରରୁ ଜଣା ପଡିଛି ଯେ ଚାପ ସୃଷ୍ଟି କରିବା ପାଇଁ ଚୀନ୍ ପାକିସ୍ତାନ ଅକ୍ତିଆର ହୋଇଥିବା କାଶ୍ମୀର (POK)ରେ ସୈନ୍ୟ ମୁତୟନ କରିପାରେ ।

ସୋମବାର ଗାଲୱାନ ନଦୀ ନିକଟରେ ୧୫,୦୦୦ ଫୁଟ ଉଚ୍ଚରେ ଶହ ଶହ ସୈନିକ ମୁହାଁମୁହିଁ ହୋଇଥିଲେ। ଅପରାହ୍ନରେ ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଏହି ଲଢେଇରେ ଭାରତୀୟ ସୈନିକମାନଙ୍କୁ ଲୁହା ରଡ, କଣ୍ଟା ତାର,ପଥର ଏବଂ ଲୁହା ନଖରେ ଆକ୍ରମଣ କରାଯାଇଥିଲା। ଏହି ଲୁହା ନଖ ଅତୀତରେ ରାଜରାଜୁଡା ସମୟରେ ବାଘନଖ ଭାବେ ଜଣାଯାଇଥିଲା। ଯାହାକୁ ପାପୁଲିରେ ପିନ୍ଧି ଶତ୍ରୁକୁ ଆକ୍ରମଣ କରାଯାଏ। ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ଡି-ଫାକ୍ଟୋ ସୀମା LAC ଠାରୁ କିଛି କିଲୋମିଟର ଦୂରରେ ଥିବା PP-୧୪    ପାଟ୍ରୋଲିଂ ପଏଣ୍ଟ ୧୪ରେ ଏହି ସଂଘର୍ଷ ଘଟିଥିଲା ।

ସୈନିକମାନଙ୍କୁ ଛୋଟ ପାହାଡରୁ ବରଫ ଗାଲୱାନ ନଦୀରେ ଫିଙ୍ଗି ଦିଆଯାଇଥିଲା। ପ୍ରାୟ ୪୫ ଜଣ ଚୀନ୍ ସୈନିକ ମଧ୍ୟ ମ୍‌ତାହାତ ହୋଇଛନ୍ତି ବୋଲି ସେନା ତରଫରୁ କୁହାଯାଇଛି। ୧୯୬୨ ମସିହାରେ ଚୀନ ଯେତେବେଳେ ଭାରତୀୟ ପୋଷ୍ଟଗୁଡିକ ଅତିକ୍ରମ କରିଥିଲା ସେତେବେଳେ ଏହି ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ମଧ୍ୟ ହୋଇଥିଲା। କିନ୍ତୁ ପାଞ୍ଚ ଦଶନ୍ଧି ମଧ୍ୟରେ କୌଣସି ହିଂସା ହୋଇ ନଥିଲା ଏବଂ ଚାଇନାର ସକ୍ରିୟ ଉପସ୍ଥିତି ନଥିଲା। କିନ୍ତୁ ଏବେ ଭାରତର ସୀମା ଭିତରକୁ ପଶି ଆସି ନିଜର ଉପସ୍ଥିତିକୁ ଜାହିର କରୁଛି ଲାଲ ଡ୍ରାଗନ ବାହିନୀ।

Leave A Reply

Your email address will not be published.