ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ପ୍ରକାଶ ପାଇଲା ରିପୋର୍ଟ, ଜାଣନ୍ତୁ କ’ଣ ହେବ ଆଣବିକ ଯୁଦ୍ଧର ଭୟାବହତା

କେନ୍ୟୁଜ୍: ୨୦୨୫ ବେଳକୁ ଭାରତ ଓ ପାକିସ୍ତାନ ପାଖରେ ଆଣବିକ ଶକ୍ତି ବହୁ ଗୁଣାରେ ବୃଦ୍ଧି ପାଇବ। ଜମ୍ମୁ କଶ୍ମୀର ଓ ଆତଙ୍କବାଦ ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ଯେଭଳି ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି, ଆଗାମୀ ଦିନରେ ତାହା ଭୟାବହ ରୂପ ଧାରଣ କରିବ । ଏହା ଉଗ୍ରରୂପ ଧାରଣ କରି ଦୁଇଦେଶ ମଧ୍ୟରେ ଆଣବିକ ଯୁଦ୍ଧ କରାଇବ ଓ ଏଥିରେ ୫କୋଟିରୁ ଅଧିକ ଲୋକଙ୍କ ପ୍ରାଣହାନି ହେବ। ଏହା ଆଗାମୀ ପୀଢିକୁ ଏକ ହିମ ଯୁଗକୁ ନେଇଯାଇପାରେ। ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆମେରିକାର ସାଇନ୍‌ସ ଆଡଭାନ୍‌ସେସ ନାମକ ଏକ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

bomb blastରିପୋର୍ଟ ଅନୁସାରେ ଉଭୟ ଦେଶ ନିକଟରେ ୧୫୦ ଓ ୨୦୦ରୁ ଅଧିକ ଆଣବିକ ଅସ୍ତ୍ର ରହିଥିବା ବେଳେ ୨୦୨୫ ବେଳକୁ ଏହା ୪ଶହରୁ ୫ଶହକୁ ବୃଦ୍ଧି ପାଇବ। ଏହାର ବ୍ୟବହାର ହେଲେ ୧୬ରୁ ୩୦ ମିଲିୟନ ଟନର ବିଷାକ୍ତ ଧୁଆଁ ସୃଷ୍ଟି କରିବ ଯାହା ସୋଲାର ରେଡିଏସନକୁ ପ୍ରଭାବିତ କରି କ୍ଷତି ସୃଷ୍ଟି କରିବ। ଏହାର ପ୍ରଭାବରେ ପର୍ଯ୍ୟାବରଣ ନଷ୍ଟ ହେବା ସହ ସୂର୍ଯ୍ୟକିରଣରେ ବାଧା, ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ, ଖାଦ୍ୟପଦାର୍ଥର ଅଭାବ ଏପରିକି ମହାମାରୀ ବ୍ୟାପୀବାର ମଧ୍ୟ ଆଶଙ୍କା ଦେଖାଦେଇଛି। ଦୁଇଦେଶ ମଧ୍ୟରେ ଆପୋଷ ବୁଝାମଣାରେ ଶାନ୍ତି ସ୍ଥାପନ ନହେଲେ, ଦକ୍ଷିଣ ଏସିଆରେ ବିପର୍ଯ୍ୟୟ ଘଟିବା ସହ ଏହା କଳା ଅଧ୍ୟାଯ ଭାବେ ପରିଗଣିତ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହାର ପ୍ରଭାବ କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମିତ ନରହି ଇସ୍ରାଏଲ, ଚୀନ, ଫ୍ରାନ୍‌ସ, ରୁଷ, ଫିଲିଫାଇନ୍‌ସ ସମେତ ମଧ୍ୟ ଏସିଆର ଅନେକ ଦେଶ ଏଥିରେ ପ୍ରଭାବିତ ହେବ। ରିପୋର୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ତିକ୍ତତାକୁ ବିଶ୍ୱର ସବୁଠାରୁ ଗମ୍ଭୀର ମାମଲା ଭାବେ ଦର୍ଶାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.