କେତେ ଆଉ କଲବଲ କରିବ କରୋନା, ସଂକ୍ରମଣରେ ସ୍ପେନକୁ ଟପି ପଞ୍ଚମ ସ୍ଥାନରେ ରହିଲା ଭାରତ

ଦେଶର ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି ମହାମାରୀ କରୋନା। ଧୀରେ ଧୀରେ ସକ୍ରିୟ ହୋଇଚାଲିଛି କିଲର ଭାଇରସ। କରି କାୟା ବିସ୍ତାର କରୁଛି କରୋନା ଭାଇରସ। ବିଶ୍ୱର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଷଷ୍ଠ ସ୍ଥାନରୁ ପଞ୍ଚମ ସ୍ଥାନରେ ପହଁଚିଛି। ଆମେରିକାର ଜନ୍‌ ହାପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ଲଗାତର ଚାରି ଦିନ ଭିତରେ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବା ପରେ ଭାରତ ପଞ୍ଚମ ସ୍ଥାନରେ ପହଁଚିଛି। ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୨,୪୧,୩୧୦ ରହିଥିବାବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨,୪୬,୬୨୮।

coronavirusମାତ୍ର ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଇଟାଲୀ ଆଉ ସ୍ପେନକୁ ଅତିକ୍ରମ କରି ପଞ୍ଚମ ସ୍ଥାନରେ ପହଁଚିଲା ଭାରତ। ଏହାପରେ ଟପ୍‌ ୫ରେ ଅଛି ଭାରତ ଉପରେ ଆମେରିକା, ବ୍ରାଜିଲ, ଋଷିଆ ଏବଂ ବ୍ରିଟେନ। ତେବେ ଭାରତରେ ଶନିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୯,୮୮୭ ଜଣ ସଂକ୍ରମିତ ହୋଇଥିବାବେଳେ ୨୯୪ ଜଣଙ୍କ ମୃତ୍ୟୁ ହୋଇଛି।

coronavirusଗତ ୨୪ ଘଣ୍ଟା ଭିତରେ ୪, ୬୧୧ କରୋନା ରୋଗୀଙ୍କ ସହିତ ମୋଟ ୧,୧୪,୦୭୩ ଲୋକ ସୁସ୍ଥ ହୋଇଛନ୍ତି ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୧,୩୭,୯୩୮ ସାମ୍ପୁଲ ସହିତ ଏବେ ପର୍ଯ୍ୟନ୍ତ ୪୫,୨୪,୩୧୭ ନମୂନା ପରୀକ୍ଷା କରାଯାଇଛି। ରିପୋର୍ଟ ଅନୁଯାୟୀ ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୨,୪୧,୩୧୦ ରହିଥିବାବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨,୪୬,୬୨୮ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.