ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା : ୨୪ ଘଣ୍ଟାରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ୨୩୩ କୋଭିଡ ପଜିଟିଭ୍‌ ଚିହ୍ନଟ । ୭ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ଦିନକରେ ୪୧ ପ୍ରତିଶତ ବୃଦ୍ଧି ପାଇଛି କରୋନା କେସ୍‌ । ଦେଶରେ ଆକ୍ଟିଭ୍‌ କେସ୍‌ ୨୮ ହଜାର ୮୫୭କୁ ବୃଦ୍ଧି ପାଇଛି । ଗତକାଲିଠୁ ୧୫ ଶହ ୧୯ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତକାଲି ୩ ହଜାର ୭୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୫ ରାଜ୍ୟ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି। ମହାରାଷ୍ଟ୍ରରେ ୧୮ ଶହା ୮୧ କେସ ବାହାରିଛି । ଏଥିମଧ୍ୟରୁ ମୁମ୍ବାଇରୁ ୧୨ ଶହ ୪୨ ମାମଲା ଆସିଛି । ମୁମ୍ବାଇରେ କୋଭିଡ୍‌ କେସ୍‌ ୬ ଦିନରେ ୯୦ ପ୍ରତିଶତ ବଢିଛି । ସଂକ୍ରମଣ ବଢୁଥିବାରୁ କଟକଣା ବି ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.