ଦିନକରେ ରେକର୍ଡ ମୃତ୍ୟୁ, ପ୍ରଥମ ଥର ପାଇଁ ଦିନକରେ ୬, ୧୪୮ ମୃତ ଓ ୯୪ ହଜାର ୫୨ ନୂଆ ସଂକ୍ରମିତ

ନୂଆଦିଲ୍ଲୀ : ଦିନକରେ ଦେଶରେ ରେକର୍ଡ କରୋନା ମୃତ୍ୟୁ। ପ୍ରଥମ ଥର ପାଇଁ ୨୪ ଘଣ୍ଟାରେ ୬ହଜାର ପାର୍‌ କରିଛି କୋଭିଡ ମୃତ୍ୟୁ ସଂଖ୍ୟା। ଗୋଟିଏ ଦିନରେ ସର୍ବାଧିକ ୬ହଜାର ୧୪୮ ଜଣଙ୍କ କରୋନାରେ ମୃତ୍ୟୁ ଘଟିିଛି। ଏହାସହ ଦେଶର କୋଭିଡ ମୃତ୍ୟୁ ସଂଖ୍ୟା ୩ଲକ୍ଷ, ୫୯ହଜାର ୬୭୬କୁ ବୃଦ୍ଧି ପାଇଛି। ତେବେ ବିହାରରେ ପିଛିଲା କୋଭିଡ ମୃତ୍ୟୁସଂଖ୍ୟା ଦର୍ଶାଇଥିବାରୁ ସଂଖ୍ୟା ବୃଦ୍ଧି ପାଇଥିବା ଦର୍ଶାଯାଇଛି। ସେପଟେ ଲଗାତାର ତୃତୀୟ ଦିନ ପାଇଁ ସଂକ୍ରମିତଙ୍କ ସଂଖ୍ୟା ଏକଲକ୍ଷ ତଳେ ରହିଛି। ଦିନକରେ ସଂକ୍ରମିତ ହୋଇଛନ୍ତି ୯୪ହଜାର ୫୨। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୧ଲକ୍ଷ ୮୩ ହଜାର ୧୨୧ରେ ପହଞ୍ଚିଛି। ସଂକ୍ରମିତ ସଂଖ୍ୟା କମୁଥିବାବେଳେ ମୃତ୍ୟୁ ସଂଖ୍ୟା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି। ସୁସ୍ଥ ହୋଇଛନ୍ତି ୨କୋଟି ୯୧ଲକ୍ଷ ୮୩ହଜାର ୧୨୧। ବିଶ୍ୱରେ କୋଭିଡ ସଂକ୍ରମଣରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମୃତ୍ୟୁସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.