ଚୀନର ସର୍ତ୍ତାବଳୀକୁ ପ୍ରତ୍ୟାଖାନ କଲା ଭାରତ, LAC ପାଟ୍ରୋଲିଂରେ ଲାଗିବନି ଲଗାମ

ଚୀନର ସର୍ତ୍ତାବଳୀକୁ ପ୍ରତ୍ୟାଖାନ କଲା ଭାରତ। LACରେ ପାଟ୍ରୋଲିଂ କ୍ଷେତ୍ରକୁ ସୀମିତ ରଖିବାକୁ ମନା କଲା ଭାରତ । ଫିଙ୍ଗର-୪ରୁ ସେନା ପ୍ରତ୍ୟାହାର ପାଇଁ ପିପୁଲ୍ସ ଲିବରେସନ୍‌ ଆର୍ମି ବା PLA ତରଫରୁ ରଖାଯାଇଥିବା ସର୍ତ୍ତ ଗୁଡିକୁ ପ୍ରତ୍ୟାଖ୍ୟାନ କରାଯାଇଛି । PLA ତରଫରୁ ସର୍ତ୍ତ ରଖା ଯାଇଥିଲା ପାଙ୍ଗୋଙ୍ଗ ସୋ’ର ଫିଙ୍ଗର-୩ ଏରିଆ ପର୍ଯ୍ୟନ୍ତ ଭାରତ ପାଟ୍ରୋଲିଂ କରିପାରିବ । ଯେବେକି ଚୀନ୍‌ ସେନା ଫିଙ୍ଗର-୫ ପର୍ଯ୍ୟନ୍ତ ପାଟ୍ରୋଲିଂ କରିପାରିବ । ଏହାର ଅର୍ଥ ଫିଙ୍ଗର-୪ ଅଧିକୃତ ଅକ୍‌ସାଇ ଚୀନ୍‌ର ଅଂଶ ହେବ। ପୂର୍ବରୁ ଫିଙ୍ଗର ୮ ପର୍ଯ୍ୟନ୍ତ ଭାରତୀୟ ସେନା ପାଟ୍ରୋଲିଂ କରୁଥିଲେ ।

sino -indian

PLA ଫିଙ୍ଗର-୪ରୁ ଫିଙ୍ଗର ୮ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଥିବା ବେଳେ ଭାରତ ପକ୍ଷରୁ ଫିଙ୍ଗର ୪ ପର୍ଯ୍ୟନ୍ତ ରାସ୍ତା ସଂଯୋଗ କରିବାକୁ ପଡ଼ିବ । ପୂର୍ବ ଲଦାଖରେ ଅସନ୍ତୋଷ ନେଇ ଅଷ୍ଟମ ରାଉଣ୍ଡ ସାମରିକ କୂଟନୈତିକ ଆଲୋଚନା ହେବାର ଅଛି । ୧୯ ତମ ସିପିସି କେନ୍ଦ୍ରୀୟ କମିଟି ବୈଠକର ପଞ୍ଚମ ସାଧାରଣ ଅଧିବେଶନ ଓ ନଭେମ୍ବର ୩ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ହେବାର ଅଛି ।

 

 

Leave A Reply

Your email address will not be published.