ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ଯା, ଗତ ୨୪ ଘଣ୍ଟାରେ ୪ହଜାର ୧୩୬ଜଣଙ୍କ ଜୀବନ ନେଇଛି ମହାମାରୀ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ । ଲାଗାତାର ଦ୍ୱିତୀୟ ଦିନରେ ୪ହଜାର ଉପରେ ରହିଛି ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪ହଜାର ୧୩୬ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ହଜାର ୨୦୫ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨ଲକ୍ଷ ୫୮ ହଜାର ଅତିକ୍ରମ କରିଛି । ସବୁଠୁ ବଡ଼ କଥା ହେଉଛି ଗତ ୧୫ ଦିନରେ କେବଳ ପ୍ରାଣ ହରାଇଛନ୍ତି ୫୪ ହଜାର ରୋଗୀ ।

ଗତ ୧୪ ଦିନ ମଧ୍ୟରେ ଦୈନିକ ହାରାହାରି ୩ ହଜାର ୫୨୮ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ଗତକାଲି ମହାରାଷ୍ଟ୍ରରେ ୮୦୦ରୁ କମ ମୃତ୍ୟୁସଂଖ୍ୟା ଥିବା ବେଳେ ଏବେ ୮୧୬କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୨ ହଜାର ୭୨୦ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ପରେ ପୁଣି ୩ ଲକ୍ଷ ୫୦ ହଜାର ପଜିଟିଭ ବାହାରିଛନ୍ତି ।

ଦୈନିକ ସଂକ୍ରମଣ ବି ଟେନସନ ବଢାଉଛି । ବିଶ୍ୱର ମୋଟ ଦୈନିକ ସଂକ୍ରମଣ ମଧ୍ୟରୁ ଭାରତରେ କେବଳ ୫୦ ପ୍ରତିଶତ କେସ ରହିଛି । ବ୍ରାଜିଲରେ ଦୈନିକ ୨୫ ହଜାର ୨୦୦ ମାମଲା ଆସୁଥିବା ବେଳେ ଆମେରିକାରେ ୨୨ ହଜାର ଏବଂ ଫ୍ରାନ୍ସ ଓ ଇରାନରେ ୧୮ ହଜାର ଡେଲି କେସ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.